Below header

ଜୋହନ୍ସବର୍ଗରେ ପ୍ରଧାନମନ୍ତ୍ରୀ, ବ୍ରିକ୍ସ ବିଜନେସ୍ ମଞ୍ଚରେ କହିଲେ ଭାରତ ହେବ ବିଶ୍ବର ଗ୍ରୋଥ୍ ଇଞ୍ଜିନ

ଭାରତ ହେବ ବିଶ୍ବର ଗ୍ରୋଥ୍ ଇଞ୍ଜିନ । ଖୁବଶୀଘ୍ର ୫ ଟ୍ରିଲିୟନର ଅର୍ଥନୀତି ହାସଲ କରିବ । ବ୍ରିକ୍ସ ବିଜନେସ୍ ଫୋରମକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଯୁକ୍ତି ବିଦ୍ୟା ଯୋଗୁଁ ଦୁର୍ନୀତି, ଭ୍ରଷ୍ଟାଚାର ଅନେକାଂଶରେ କମିଛି । ଖୁବଶୀଘ୍ର ଭାରତ ବିଶ୍ଵ ଅର୍ଥନୀତିର ତୃତୀୟ ସ୍ଥାନରେ ରହିବ।

ନୂଆଦିଲ୍ଲୀ : ଭାରତ ହେବ ବିଶ୍ବର ଗ୍ରୋଥ୍ ଇଞ୍ଜିନ । ଖୁବଶୀଘ୍ର ୫ ଟ୍ରିଲିୟନର ଅର୍ଥନୀତି ହାସଲ କରିବ । ବ୍ରିକ୍ସ ବିଜନେସ୍ ଫୋରମକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଯୁକ୍ତି ବିଦ୍ୟା ଯୋଗୁଁ ଦୁର୍ନୀତି, ଭ୍ରଷ୍ଟାଚାର ଅନେକାଂଶରେ କମିଛି । ଖୁବଶୀଘ୍ର ଭାରତ ବିଶ୍ଵ ଅର୍ଥନୀତିର ତୃତୀୟ ସ୍ଥାନରେ ରହିବ। ବୈଶ୍ବିକ କାରବାର କ୍ଷେତ୍ରରେ ଭାରତରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ଭାରତରେ ସବୁଠାରୁ ଅଧିକ ଡିଜିଟାଲ୍ ଟ୍ରାଞ୍ଜାକସନ୍ ହେଉଛି । ଦ୍ରୁତ ବିକାଶ ସହ ପ୍ରତି କ୍ଷେତ୍ରରେ ଭାରତରେ ପରିବର୍ତ୍ତନ ହେଉଛି । ଭାରତରେ ହାଇୱେ, ବିମାନବନ୍ଦର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବ ବୋଲି ଦୃଢ଼ ଆଶା ବ୍ୟକ୍ତ କରିଥିଲେ ମୋଦି । ଦକ୍ଷିଣ ଆଫ୍ରିକାରେ ଚାଲିଛି ୧୫ତମ ଶିଖର ସମ୍ମିଳନୀ । ଏଥିରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି । ଦକ୍ଷିଣ ଆଫ୍ରିକାରେ ଥାଇ ମଧ୍ୟ ଗତକାଲି ବ୍ରିକ୍ସ ବିଜନେସ ଫୋରମରେ ସାମିଲ ହୋଇନଥିଲେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ । ତାଙ୍କ ପକ୍ଷରୁ ଚୀନ ବ୍ୟବସାୟିକ ମନ୍ତ୍ରୀ ବକ୍ତବ୍ୟ ରଖିଥିଲେ । ବ୍ରିକ୍ସ ସମ୍ମିଳନୀ ଅବସରରେ କିଛି ନେତାଙ୍କ ସହ ମୋଦି ଦ୍ବିପାକ୍ଷିକ ଆଲୋଚନା କରିବେ ।

ତେବେ ଚୀନ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା ହେବ କି ନାହିଁ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ବ୍ରିକ୍ସରେ ସଦସ୍ୟ ରାଷ୍ଟ୍ର ଅଛନ୍ତି ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା । ସଦସ୍ୟ ରାଷ୍ଟ୍ରଂକୁ ଛାଡ଼ି ଏଥର ଅନେକ ରାଷ୍ଟ୍ରଂକୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ୨୪ ପର୍ଯ୍ୟନ୍ତ ୩ ଦିନ ଧରି ଚାଲିବ ସମ୍ମିଳନୀ । ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବା ପରେ ଆସନ୍ତା ୨୫ରେ ଗ୍ରୀସ ଯିବେ ପ୍ରଧାନମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.