Below header

ପେଟ୍ରୋଲ ପମ୍ପରୁ ଟଙ୍କା ସହ ମୋବାଇଲ ଚୋରି କରୁଥିଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଦିବ୍ୟସାଇ ପେଟ୍ରୋଲ ପମ୍ପରେ ଚୋରି । ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲ ପମ୍ପରୁ ନଗଦ ଟଙ୍କା ସହିତ ମୋବାଇଲ ଚୋରି କରି ଦୁର୍ବୃତ୍ତ ମାନେ ପଳାଇ ଯାଉଥିବା ସମୟରେ ଏହି ଦୃଶ୍ୟ ସିସି ଟିଭି କ୍ୟାମେରାରେ କଏଦ ହୋଇଛି।

ସୋର (କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଦିବ୍ୟସାଇ ପେଟ୍ରୋଲ ପମ୍ପରେ ଚୋରି । ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲ ପମ୍ପରୁ ନଗଦ ଟଙ୍କା ସହିତ ମୋବାଇଲ ଚୋରି କରି ଦୁର୍ବୃତ୍ତ ମାନେ ପଳାଇ ଯାଉଥିବା ସମୟରେ ଏହି ଦୃଶ୍ୟ ସିସି ଟିଭି କ୍ୟାମେରାରେ କଏଦ ହୋଇଛି।

ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ରାଣୀତାଲରୁ ବାଲିଖଣ୍ଡ ଯିବା ରାସ୍ତାରେ ଥିବା ଦିବ୍ୟସାଇ ପେଟ୍ରୋଲ ପମ୍ପରେ ବିଳମ୍ବିତ ରାତିରେ ୩ ଜଣ ଦୁର୍ବୃତ୍ତ ଆସି ପେଟ୍ରୋଲ ନେବା ବାହାନାରେ ସେଠାରେ କାର୍ଯ୍ୟରତ ଥିବା ପୂର୍ଣ୍ଣିଚନ୍ଦ୍ରଙ୍କୁ ଡାକିଥିଲେ। ପୂର୍ଣ୍ଣିଚନ୍ଦ୍ର ରାତିରେ ଶୋଇପଡ଼ିଥିବାରୁ ଉଠିବାରେ ବିଳମ୍ବ ହୋଇଥିଲା । ତେଣୁ ଦୁର୍ବୃତ୍ତ ମାନେ କବାଟ ବାଡ଼େଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିଲେ। ପରେ ପୂର୍ଣ୍ଣଚନ୍ଦ୍ର ଉଠି କବାଟ ଖୋଲିବା ମାତ୍ରେ ୩ ଜଣ ଦୁର୍ବୃତ୍ତ ତାଙ୍କ ହାତରୁ ମୋବାଇଲ ଛଡ଼ାଇ ନେବା ସହ ପାଖରେ ଥିବା ୪୨ ହଜାର ଟଙ୍କା ନେଇ ପଳାଇଯାଇଥିଲେ । ଯାହା cctv କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି। ଏବବାଦରେ ପୂର୍ଣ୍ଣିଚନ୍ଦ୍ରଙ୍କ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ ପରେ ସିମୁଳିଆ ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.