ବାଙ୍ଗାଲୋରରେ ତିଆରି ହେଲା ଦେଶର ପ୍ରଥମ 3D ପୋଷ୍ଟ ଅଫିସ, ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଦେଶର ପ୍ରଥମ 3D ପ୍ରିଣ୍ଟେଡ ପୋଷ୍ଟ ଅଫିସ। ଏବେ ଯାଏ ଭାରତରେ ପାଣିରେ ଭାସୁଥିବା ପୋଷ୍ଟ ଅଫିସ ସବୁଠୁ ଅଧିକ ଫେମସ୍‌ ବା ଲୋକପ୍ରିୟ ଥିବା ବେଳେ ଏବେ ଆଉ ଏକ ପୋଷ୍ଟ ଅଫିସ ଲାଇମଲାଇଟ ହାସଲ କରିଛି। ଭାରତରେ ତିଆରି ହୋଇଛି ପ୍ରଥମ 3D ପି୍ରଣ୍ଟେଡ ପୋଷ୍ଟ ଅଫିସ। ଯାହାକି ସାଧାରଣ ଲୋକଙ୍କ ପାଇଁ ନୂଆ ନୂଆ କୌଶଳରେ ସୁବିଧା ଯୋଗାଇଦେବ। ବାଙ୍ଗାଲୋରରେ ତିଆରି ହୋଇଥିବା ଏହି ପୋଷ୍ଟ ଅଫିସକୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦଘାଟନ କରିଛନ୍ତି। ଯାହାକୁ ସେ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି।

ତିଆରି ହେଲା ଦେଶର ପ୍ରଥମ 3D ଡାକଘର । ଏକହଜାର ୨୧ ସ୍କୋୟର ଫିଟରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ଡାକଘର ।ଆଇଆଇଟି ମାଡ୍ରାସର ତତ୍ୱାବଧାନରେ ବିଦେଶୀ କମ୍ପାନୀ ଲାର୍ସନ ଆଣ୍ଡ ଟ୍ରୁବୋ ଏହାର ନିର୍ମାଣ କରିଛି । ଏହା ହେଉଛି ଦେଶର ପ୍ରଥମ 3D ପ୍ରିଣ୍ଟେଡ ପୋଷ୍ଟ ଅଫିସ। ଏବେ ଯାଏ ଭାରତରେ ପାଣିରେ ଭାସୁଥିବା ପୋଷ୍ଟ ଅଫିସ ସବୁଠୁ ଅଧିକ ଫେମସ୍‌ ବା ଲୋକପ୍ରିୟ ଥିବା ବେଳେ ଏବେ ଆଉ ଏକ ପୋଷ୍ଟ ଅଫିସ ଲାଇମଲାଇଟ ହାସଲ କରିଛି। ଭାରତରେ ତିଆରି ହୋଇଛି ପ୍ରଥମ 3D ପି୍ରଣ୍ଟେଡ ପୋଷ୍ଟ ଅଫିସ। ଯାହାକି ସାଧାରଣ ଲୋକଙ୍କ ପାଇଁ ନୂଆ ନୂଆ କୌଶଳରେ ସୁବିଧା ଯୋଗାଇଦେବ। ବାଙ୍ଗାଲୋରରେ ତିଆରି ହୋଇଥିବା ଏହି ପୋଷ୍ଟ ଅଫିସକୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦଘାଟନ କରିଛନ୍ତି। ଯାହାକୁ ସେ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି।

ଏହା କର୍ଣ୍ଣାଟକ ର ବାଙ୍ଗାଲୋର ର କେମ୍ବି୍ରଜ ଲେଆଉଟ ଏରିଆରେ ଖୋଲାଯାଇଛି। ସମୟ ପୂର୍ବରୁ ଏହା ତିଆରି ହୋଇଥିବାରୁ ଏହାକୁ ଦେଖି ସମସ୍ତେ ଖୁସି ଅଛନ୍ତି। ଏହାକୁ ତିଆରି କରିବା ପାଇଁ ୪୫ ଦିନ ଦିଆଯାଇଥିଲା କିନ୍ତୁ ଏବେ ୁଏହାକୁ ୪୩ ଦିନରେ ତିଆରି କରାଯାଇଛି। ଏହାକୁ ଲାର୍ସନ ଆଣ୍ଡ ଟୁବ୍ରୋ ଲିମିଟେଡ ଓ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ମିଳିତ ଭାବେ ଏହାକୁ ତିଆରି କରିଛନ୍ତି। ଅତ୍ୟାଧୁନିକ କୌଶଳରେ ଏହାକୁ ତିଆରି କରାଯାଇଥିବାର ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରୁଛି।

ତେବେ ଏହା କଣ ପାଇଁ ଅନ୍ୟ ଠୁ ରହିଛି ପୁରା ଖାସ ଏବେ ଜାଣନ୍ତୁ। ପ୍ରକୃତରେ ଏହାକୁ ଏକ ମେସିନ ଦ୍ୱାରା ତିଆରି କରାଯାଇଛି। ଯେଉଁଥିରେ 3D କଂକ୍ରିଟ ପ୍ରିଣ୍ଟିଂର ବ୍ୟବହାର କରାଯାଇଛି। ଏଥିରେ ଏକ ସ୍ୱଚାଳିତ ରୋବୋଟିକ ପ୍ରିଣ୍ଟର ର ବ୍ୟବହାର କରାଯାଇଛି। ଯାହା ଫିଡେଡ ଡିଜାଇନର ଅନୁରୂପ କଂକ୍ରିଟକୁ ଲେୟାରରେ ଜମା କରିଥାଏ। ଏହାକୁ ମଜବୁତ କରିବା ପାଇଁ ଏଥିରେ ବିଶେଷ ପ୍ରକାରର କଂକ୍ରିଟ ବ୍ୟବହାର କରାଯାିଛି। ଯେମିତି ଗୋଟିଏ ଲେୟାର ଅନ୍ୟ ଏକ ଲେୟାର ସହ ପୁରା ଶକ୍ତ ଭାବେ ଯୋଡ଼ି ହୋଇ ରହିବ। ଏହାକୁ ତିଆରି କରିବା ପାଇଁ ମୋଟ ୨୩ ଲକ୍ଷ ଟଙ୍କାର ଖର୍ଚ୍ଚ ହୋଇଛି। ଯାହାକି ଅନ୍ୟ ତୁଳନାରେ କମ ରହିଛି।

ଆଇଆଇଟି ମାଡ୍ରାସର ପ୍ରଫେସର ମନୁ ସଂଥାନମ ଏହାକୁ 3D ପ୍ରିଣ୍ଟିଂ ପାଇଁ ଏଲଏଣ୍ଡଟି ଟେକନିକରେ ସହାୟତା ପ୍ରଦାନ କରିଥିଲେ। ତାଙ୍କ କହିବା ଅନୁସାରେ ଏଥିରେ କୌଣସି ଭର୍ଟିକାଲ ଜଏଣ୍ଟ ନାହିଁ। ମାନେ ପିଲର ନାହିଁ। ଏଥିରେ ବ୍ୟବହାର ହୋଇଥିବା 3D ପ୍ରିଣ୍ଟିଂ ଟେକନିକ ଡେନମାର୍କ ରୁ ଆସିଛି। ଯାହା ସାହାଯ୍ୟରେ ଏହାର ଡିଜାଇନ କରିବା ଅତି ସହଜ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.