ଗୋଟିଏ ରାତିରେ ତିନି ଜଣଙ୍କ ଘରୁ ସିରିଜି ଚୋରି କରି ଫେରାର ମାରିଲେ ଚୋର, ଚାଲିଛି ପୋଲିସର ତଦନ୍ତ

କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ କଳାବୁଦା ଗୋବିନ୍ଦପୁର ଗ୍ରାମରେ ତିନି ଜଣଙ୍କ ଘରୁ ସିରିଜି ଚୋରି କରି ଫେରାର ହୋଇଯାଇଛନ୍ତି ଦୁବୃର୍ତ୍ତ । ଗାଁର ପ୍ରଫୁଲ୍ଲ କୁମାର ଗହାଚାର୍ଯ୍ୟଙ୍କ ଘର ସହ ଆଉ ଦୁଇ ଜଣଙ୍କ ଘରେ ଗତକାଲି ବିଳମ୍ବିତ ରାତ୍ରିରେ ହୋଇଛି ଚୋରି ।

କେନ୍ଦ୍ରାପଡା (କେନ୍ୟୁଜ):  ଗୋଟିଏ ରାତିରେ ତିନି ତିନୋଟି ଘରୁ ସିରିଜ୍‌ ଚୋରି । ଆଲମିରା ଲକର ସହ ଘରେ ଥିବା ସମସ୍ତ ବାକ୍ସ ଭାଙ୍ଗି ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା । କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ କଳାବୁଦା ଗୋବିନ୍ଦପୁର ଗ୍ରାମରେ ତିନି ଜଣଙ୍କ ଘରୁ ସିରିଜି ଚୋରି କରି ଫେରାର ହୋଇଯାଇଛନ୍ତି ଦୁବୃର୍ତ୍ତ । ଗାଁର ପ୍ରଫୁଲ୍ଲ କୁମାର ଗହାଚାର୍ଯ୍ୟଙ୍କ ଘର ସହ ଆଉ ଦୁଇ ଜଣଙ୍କ ଘରେ ଗତକାଲି ବିଳମ୍ବିତ ରାତ୍ରିରେ ହୋଇଛି ଚୋରି । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ୨ ଲକ୍ଷ ୫୦ ହଜାର ଟଙ୍କା ଚୋରି କରି ନେଇଛନ୍ତି ଚୋର।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ପରିବାର ଲୋକମାନେ ଶୋଇଥିବା ବେଳେ ଚୋର ଘରର ପଛପଟ କବାଟ ତାଡି ଘରଭିତରେ ପଶିଥିଲେ । ଚୋରମାନେ ପରିବାର ଲୋକମାନଙ୍କୁ ବାହାରପଟୁ କବାଟ ଦେଇ ଘରେ ଥିବା ଷ୍ଟିଲ ଆଲମିରା ଲକର ତାଡି ୨ ଟି ସୁନା ହାର , ୨ ଟି ସୁନା ଚେନ, ୬ ଟି ସୁନା ଚୁଡି , ଗୋଟିଏ ମଙ୍ଗଳସୁତ୍ର , ୪ ହଳ କାନଫୁଲ , ୫ ଚି ମୁଦି ଓ ୬ ଟି ସୁନା ଲକେଟ ଭଳି ସୁନା ଅଳଙ୍କାର ଲୁଟିନେଇ ଫେରାର ମାରିଛନ୍ତି । ଏହା ସହିତ ଘରେଥିବା ବାକ୍ସ ଗୁଡିକର ତାଲା ଭାଙ୍ଗି ଜିନିଷପତ୍ର ଏଣେତେଣେ ଫିଙ୍ଗିଥିଲେ । ପ୍ରଫୁଲ୍ଲ କୁଦାନଗରୀ ଥାନାରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

ବଢ଼ିଚାଲିଛି ଚୋରଙ୍କ ଉତ୍ପାତ । ରାତି ହେଲେ ଲୋକଙ୍କ ଘରେ ପଶି ମନ ଇଚ୍ଛା ଲୁଟ୍‌ କରୁଛନ୍ତି । କିଛି ବି ଛାଡ଼ୁ ନାହାନ୍ତି । ଟଙ୍କା ଓ ସୁନା ଅଳଙ୍କାର ମିଳିବା ପରେ ଫେରାର ମାରୁଛନ୍ତି । ଏମାନେ ଚୋରି କରିବା ସମୟରେ ପୋଲିସକୁ ବି ଭୟ କରୁ ନାହାନ୍ତି । ତେବେ ଏମାନଙ୍କ ପ୍ରତି ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ହୁଏତ ଏମାନଙ୍କ ମନରେ ଭୟ ଆସିବ । ଏବଂ ଚୋରି କରିବା ପ୍ରବୃତିରୁ ହୁଏତ ଏ ଚୋରମାନେ ଦୂରେଇ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.