ବ୍ରେନ୍‌ ଷ୍ଟ୍ରୋକ୍‌ରୁ ସୁସ୍ଥ ହେବା ପରେ ମିଥୁନ ଚକ୍ରବର୍ତ୍ତୀ ପୁଅ ଓ ବୋହୂଙ୍କ ସହ ଗଲେ ଛୁଟିରେ, ସାମ୍ନାକୁ ଆସିଲା ଫଟୋ

ମିଥୁନ ଚକ୍ରବର୍ତ୍ତୀଙ୍କର ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବର ତାଙ୍କ ଫ୍ୟାନ୍ସଙ୍କୁ ଚକିତ କରିଦେଇଥିଲା । ତେବେ ବର୍ତ୍ତମାନ ମିଥୁନ ଭଲ ଅଛନ୍ତି ଏବଂ କାମକୁ ଫେରିଛନ୍ତି । ସେ ‘ଶାସ୍ତ୍ରୀ’ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ।

ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ତାଙ୍କର ଦମ୍‌ଦାର ଅଭିନୟ ପାଇଁ ସବୁଆଡେ ଜଣାଶୁଣା । ଏହି ଅଭିନେତା ରାଜନୀତିରେ ମଧ୍ୟ ଆକ୍ଟିଭ ରହିଥାନ୍ତି । ସୂଚନା ଅନୁସାରେ, ନିକଟରେ ୭୩ ବର୍ଷ ବୟସରେ ମିଥୁନ ଚକ୍ରବର୍ତ୍ତୀଙ୍କର ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବର ତାଙ୍କ ଫ୍ୟାନ୍ସଙ୍କୁ ଚକିତ କରିଦେଇଥିଲା । ତେବେ ବର୍ତ୍ତମାନ ମିଥୁନ ଭଲ ଅଛନ୍ତି ଏବଂ କାମକୁ ଫେରିଛନ୍ତି । ସେ ‘ଶାସ୍ତ୍ରୀ’ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ନିକଟରେ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ‘ଶାସ୍ତ୍ରୀ’ର ସେଟରୁ ମିଥୁନ ଚକ୍ରବର୍ତ୍ତୀଙ୍କର ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ସଂପୂର୍ଣ୍ଣ ଭଲ ଅଛନ୍ତି ବୋଲି ଦେଖିବାକୁ ମିଳିଥିଲା । ଏବେ କାମରୁ କିଛି ସମୟ ଛୁଟି ନେଇ ମିଥୁନ ବର୍ତ୍ତମାନ ତାଙ୍କ ପୁଅ ଏବଂ ବୋହୂ ସହିତ ଛୁଟିରେ ଯାଇଛନ୍ତି, ଯାହାର ଝଲକ୍‌ ଇନଷ୍ଟାରେ ତାଙ୍କ ବୋହୂ ମଦଲସା ଶର୍ମା ସେୟାର କରିଛନ୍ତି ।

ମଦଲସା ସେୟାର କରିଥିବା ଫଟୋରେ ତାଙ୍କ ସ୍ୱାମୀ ମିମୋହ ଚକ୍ରବର୍ତ୍ତୀ ଏବଂ ମିଥୁନ ପ୍ଲେନ୍‌ରେ ବସିଥିବା ବେଳେ ପୋଜ୍ କରୁଥିବା ନଜର ଆସିଛନ୍ତି । ଏହି ଫଟୋରେ ମିଥୁନ ମାସ୍କ ପିନ୍ଧି ବସିଥିବାର ନଜର ଆସିଛନ୍ତି । ତାଙ୍କ ପୁଅ ଏବଂ ବୋହୂ ହସୁଥିବା ଏବଂ କ୍ୟାମେରା ଆଡକୁ ଚାହିଁଥିବାର ନଜର ଆସିଛନ୍ତି । ତେବେ ମିଥୁନ୍ ତାଙ୍କ ପୁଅ ଏବଂ ବୋହୂଙ୍କ ସହ କେଉଁଠାରେ ଛୁଟିରେ ଯାଉଛନ୍ତି ସେ ବିଷୟରେ ସୂଚନା ଦିଆଯାଇଛି । ବର୍ତ୍ତମାନ ମିଥୁନଙ୍କ ଫ୍ୟାନ୍ସମାନେ ତାଙ୍କୁ ଭଲ ଅବସ୍ଥାରେ ଦେଖି ବହୁତ ଖୁସି ହୋଇଛନ୍ତି ।

କିଛି ଦିନ ପୂର୍ବରୁ ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁ, ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ରେଡିଓଲୋଜି ଏବଂ ଲାବୋରେଟୋରୀ ଟେଷ୍ଟ କରିବା ସହିତ ମିଥୁନ୍ ତାଙ୍କ ବ୍ରେନ୍‌ର MRI କରିଥିଲେ । ଯାହା ଫଳରେ ବ୍ରେନ୍‌ ଷ୍ଟ୍ରୋକ୍ ହୋଇଛି ବୋଲି ଏପରି ସୂଚନା ଆସିଥିଲା । ତେବେ ବର୍ତ୍ତମାନ ଅଭିନେତା ସମ୍ପୂର୍ଣ୍ଣ ଭଲ ଅଛନ୍ତି । ତାଙ୍କ କାମ ବିଷୟରେ କହିବାକୁ ଗଲେ ମିଥୁନ ଖୁବ୍ ଶୀଘ୍ର ଫିଲ୍ମ ‘ଶାସ୍ତ୍ରୀ’ରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.