ପୋଲିସ ସେବା ଭବନରେ ନିର୍ବାଚନ ପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର କମିଶନରେଟ ପୋଲିସ ଅଧୀନରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଚାରବିମର୍ଶ । ପୋଲିସ ସେବା ଭବନରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି ।

ଭୁବନେଶ୍ବର: ଭୁବନେଶ୍ବର କମିଶନରେଟ ପୋଲିସ ଅଧୀନରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଚାରବିମର୍ଶ । ପୋଲିସ ସେବା ଭବନରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଗଠନ କରାଯିବ ସ୍ୱତନ୍ତ୍ର ଟିମ୍ । ରାସ୍ତା ଘାଟରୁ ହଟିବ ରାଜନୈତିକ ଦଳର ପ୍ରଚାର ପୋଷ୍ଟର ।

ବିଏମସି ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ଶୋଭାଯାତ୍ରା, ସାଧାରଣ ସଭା ସହ କ୍ୟାମ୍ପେନ୍ ବେଳେ ଗାଇଡଲାଇନକୁ କେମିତି ପାଳନ କରାଯିବ ସେନେଇ ଟ୍ରେନିଂ ଦିଆଯିବ । ଭୁବନେଶ୍ୱର ଓ କଟକରେ ସ୍ଵତନ୍ତ୍ର କେନ୍ଦ୍ରୀୟ ଫୋର୍ସ ପହଞ୍ଚିଛି । କମିଶନରେଟ ପୋଲିସ ମଧ୍ୟ ସ୍ଵତନ୍ତ୍ର ଟିମ ଗଠନ କରିଛି ।

ନିର୍ବାଚନ ତଦାରଖ ପାଇଁ ସ୍ୱତନ୍ତ୍ର ଗଠନ ହୋଇଛି ଫ୍ଲାଇଂ ସ୍କ୍ୱାଡ୍ ।ବୈଠକରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା, ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ ପୋଲିସ କମିଶନର ଅବିନାଶ କୁମାର, ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସମେତ ଭୁବନେଶ୍ୱର ୟୁପିଡିର ସମସ୍ତ ଥାନା ଅଧିକାରୀ, ଜୋନ ଏସିପି, ତହସିଲଦାର, ବିଡ଼ିଓ ଏବଂ ଅବକାରୀ ଅଧିକାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.