ଧ୍ୱଂସ ହେବାକୁ ବସିଲାଣି ପରମ୍ପରା, କୀର୍ତ୍ତନ କରି ବିରାଟ ପଟୁଆରରେ ମା’ର ଶବକୁ ନେଲେ ସ୍ୱର୍ଗଦ୍ୱାର

ପୁରୀ (କେନ୍ୟୁଜ): ପଇସା ଅଛି, ଲୋକ ଅଛନ୍ତି ସବୁ ପ୍ରକାର ସୁବିଧା ଥାଇ ମଧ୍ୟ ପୁରୀସହରରେ ସ୍ୱର୍ଗଦ୍ୱାର ନେବାକୁ ମା ର ଶବକୁ ମିଳିଲାନି ଚାରିକାନ୍ଧ କିନ୍ତୁ ଶବବୁହା ଗାଡ଼ିରେ ଶବକୁ ନଦି,ଝାଞ୍ଜ କୀର୍ତ୍ତନ କରି ବିରାଟ ପଟୁଆରରେ କୋଡିଏରୁ ପଚିଶ ଜଣ ପୁରୁଷ ମହିଳା ହୋଇ ଯାଉଥିଲେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ପୁରୀ ଏକ ଧାର୍ମିକ ସହର, ଏଠାର ଜନସାଧାରଣ ପରମ୍ପରାକୁ ଘରେ ଘରେ ପାଳନ କରୁଥିବା ବେଳେ ପୁରୀ ସହରର ବାସିନ୍ଦା ହୋଇ ସାଙ୍ଗରେ ପଚିଶରୁ ଉର୍ଦ୍ଧ ମହିଳା ଓ ପୁରୁଷ ଥାଇ ମଧ୍ୟ ଶବ ଯାଉଛି ଶବବୁହା ଗାଡ଼ିରେ ପୁଣି ବିରାଟ ପଟୁଆରରେ ।

ଯଦି ପୁରୀ ସହର ବାସିନ୍ଦା ହୋଇ ଅର୍ଥବଳ, ବାହୁବଳ ସବୁ ଥାଇ ମାକୁ ଯଦି ଚାରିକାନ୍ଧ ଦେଇପାରିବେନି ପଟୁଆର କରି ଗାଡ଼ିରେ ନେଇ ଲାଭ କଣ । ବର୍ତ୍ତମାନ ଆମ ପରମ୍ପରା ଧ୍ୱଂସ ହେବାକୁ ବସିଲାଣି ତଥାପି ଏ ଜନସମାଜ ଚେତୁନି ।ଏଥିପ୍ରତି ପୁରୀ ସହରର ବୁଦ୍ଧିଜୀବୀ ମାନଙ୍କ ସହିତ ପ୍ରଶାସନ ନଜର ଦେବା ଉଚିତ । ଯୋଉଠି ଝିଅମାନେ ଚାରିକାନ୍ଧ ଦେଇ ପିତାମାତାଙ୍କୁ ଦେଇ ସ୍ୱର୍ଗଦ୍ୱାରକୁ ନେଉଥିବା ବେଳେ ସମ୍ଭ୍ରାନ୍ତ ପରିବାରର ଏଭଳି ପଟୁଆରକୁ ସାଧାରଣରେ ନିନ୍ଦା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.