Below header

ଭାରସାମ୍ୟ ହରାଇ ଦୋକାନରେ ଭିତରେ ପଶିଲା ଟ୍ରଲର ,୨ ଗୁରୁତର

କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବଜାରେ ଅଘଟଣ । ଭାରସାମ୍ୟ ହରାଇ ଦୋକାନରେ ଭିତରେ ପଶିଲା ଟ୍ରଲର । ୨ ଗୁରୁତର ।

ଘଟଗାଁ (କେନ୍ୟୁଜ): ଭାରସାମ୍ୟ ହରାଇ ଦୋକାନରେ ଭିତରେ ପଶିଲା ଟ୍ରଲର । ୨ ଗୁରୁତର ।  କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବଜାରେ ଅଘଟଣ । ସକାଳ ସମୟରେ ଟ୍ରଲରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଜଳଖିଆ ଦୋକାନ ଓ ମୁଢି ଦୋକାନରେ ଧକ୍କା ହୋଇଥିଲା ।

୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ଦୁର୍ଘଟଣା ପରେ ଟ୍ରଲର ଚାଳକ ଫେରାର ହୋଇଯାଇଛି ।  ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ୍ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.