Below header

ମର୍ମନ୍ତୁଦ ଦୁର୍ଘଟଣା: ବାଇକକୁ ଘୋଷାଡି ନେଲା ଟ୍ରକ, ୨ ମୃତ

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଆଦର୍ଶ ବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ।ବାଇକକୁ ଧକ୍କା ଦେଲା ଟ୍ରକ , ଦୁଇ ମୃତ । ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀ ମୃତ୍ୟୁ ହୋଇଛି ।

ନବରଙ୍ଗପୁର (କେନ୍ୟୁଜ): ବାଇକକୁ ଘୋଷାଡି ନେଲା ଟ୍ରକ, ୨ ମୃତ । ମୃତକଙ୍କ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ରୋକ । ଗତକାଲି ରାତିରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଆଦର୍ଶ ବିଦ୍ୟାଳୟ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ ଉମରକୋଟ ପୌରାଞ୍ଚଳ ଚଢେଇଗୁଡା ଗାଁର ମହେଶ ଗଣ୍ଡ ଓ ଅଜୟ ସୁନା । କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ରୋକ୍ କରିଛନ୍ତି ଗ୍ରାମବାସୀ । ଫଳରେ ଉମରକୋଟ-ଜୟପୁରରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.