Below header

ବିଶ୍ବକପ୍ ପୂର୍ବରୁ ବିଗ୍ ଫାଇଟ୍ : ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ । ଆଜି ମୋହାଲିରେ ଖେଳାଯିବ ପ୍ରଥମ ଦିନିକିଆ । ବିଶ୍ବକପ୍ ପୂର୍ବରୁ ଭାରତ ଖେଳିବ ଶେଷ ୱାନ୍ ଡେ ସିରିଜ୍ । ଲୋକେଶ ରାହୁଲଙ୍କ ନେତୃତ୍ବରେ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଉପଅଧିନାୟକ ରହିବେ ରବୀନ୍ଦ୍ର ଜାଡେଜା ।

ବିଶ୍ବକପ୍ ପୂର୍ବରୁ ବିଗ୍ ଫାଇଟ୍ । ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ । ଆଜି ମୋହାଲିରେ ଖେଳାଯିବ ପ୍ରଥମ ଦିନିକିଆ । ବିଶ୍ବକପ୍ ପୂର୍ବରୁ ଭାରତ ଖେଳିବ ଶେଷ ୱାନ୍ ଡେ ସିରିଜ୍ । ପ୍ରଥମ ଦୁଇଟି ମ୍ୟାଚ ଖେଳିବେନି ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, କୁଳଦୀପ ଯାଦବ । ଲୋକେଶ ରାହୁଲଙ୍କ ନେତୃତ୍ବରେ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଉପଅଧିନାୟକ ରହିବେ ରବୀନ୍ଦ୍ର ଜାଡେଜା । ସ୍କ୍ବାଡକୁ ଫେରିଛନ୍ତି ଭେଟରାନ ଅଫ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ବ୍ୟାଟର ଋତୁରାଜ ଗାଏକୱାଡ୍ । ବ୍ୟାଟିଂ ଭାର ସମ୍ଭାଳିବେ ଋତୁରାଜଙ୍କ ସହ ଫର୍ମରେ ଥିବା ଶୁଭମନ ଗିଲ୍ ଏବଂ ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଇଶାନ କିଶାନ ।

ସେହିପରି ଅଲରାଉଣ୍ଡର ଦାୟିତ୍ବରେ ରହିବେ ରବୀନ୍ଦ୍ର ଜାଡେଜା ୱାଶିଂଟନ୍ ସୁନ୍ଦର ଓ ସାର୍ଦ୍ଦୁଲ ଠାକୁର । ଦ୍ରୁତ ବୋଲିଂ ସମ୍ଭାଳିବେ ବୁମରାହ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା । ଶେଷ ଦିନିକିଆର ନେତୃତ୍ବ ନେବେ ରୋହିତ ଶର୍ମା। ଆଜିର ମ୍ୟାଚ୍ ଜିତିବା ସହ ଆଇସିସି ଦିନିକିଆରେ ଏକ ନମ୍ବର ସ୍ଥାନ ଅକ୍ତିଆର କରିବାକୁ ଟାର୍ଗେଟ ରଖିଛି ଟିମ୍ ଇଣ୍ଡିଆ । ଏବେ ପାକିସ୍ତାନ ୧୧୫ ପଏଣ୍ଟ ସହ ୧ନମ୍ବର ସ୍ଥାନରେ ରହିଥିବା ବେଳେ ସମାନ ୧୧୫ ପଏଣ୍ଟ ସହ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ୧୧୩ ପଏଣ୍ଟ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି । ଆଜିର ମ୍ୟାଚ୍ ଜିତିଲେ ଭାରତ ଶୀର୍ଷ ସ୍ଥାନକୁ ଉନ୍ନୀତ ହେବ । ଏବେ ଭାରତ ଟେଷ୍ଟ ଓ ଟି-ଟ୍ବେଣ୍ଟି ରାଙ୍କିଂରେ ଏକ ନମ୍ବର ସ୍ଥାନରେ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.