ଅକ୍ଟୋବରରେ ବାତ୍ୟା ଭୟ, ବିଭିନ୍ନ ମଡେଲରଙ୍କ ଆକଳନକୁ ନେଇ ବଢୁଛି ସନ୍ଦେହ

ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ବାତ୍ୟାର ରୂପ ବି ନେବା ସମ୍ଭାବନା ରହିଛି । ଏଥିଲାଗି ପାଗ ଅନୁକୂଳ ରହିଛି ବୋଲି ଜାସନ୍ ନିକୋଲ୍ସ ଆକଳନ କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଅକ୍ଟୋବର ପ୍ରଥମ ସପ୍ତାହରେ ଆସିବ କି ବାତ୍ୟା ? ବଙ୍ଗୋପସାଗରରେ ଦାନା ବାନ୍ଧିବ କି ସାଇକ୍ଲୋନ ? ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ । ଏଭଳି ଆକଳନ କରିଛନ୍ତି ଅନ୍ତର୍ଜାତୀୟ ସଂସ୍ଥା ଆକ୍ୟୁ ୱେଦର ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ । ତାଙ୍କ ପୂର୍ବାନୁମାନ କହୁଛି, ଆସନ୍ତ ସପ୍ତାହ ଶେଷ ଆଡକୁ କିମ୍ବା ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ବାତ୍ୟାର ରୂପ ବି ନେବା ସମ୍ଭାବନା ରହିଛି । ଏଥିଲାଗି ପାଗ ଅନୁକୂଳ ରହିଛି ବୋଲି ଜାସନ୍ ନିକୋଲ୍ସ ଆକଳନ କରିଛନ୍ତି ।

ଆଉ କିଛି ପାଣିପାଗ ମଡେଲ୍ ବି ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଦର୍ଶାଉଛନ୍ତି । ସେମାନଙ୍କ ଆକଳନ କହୁଛି, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଅଧିକ ଘନୀଭୂତ ହୋଇପାରେ । ଯଦିଓ ବିଭିନ୍ନ ମଡେଲ ଶକ୍ତିଶାଳୀ ଲଘୁଚାପ କିମ୍ବା ବାତ୍ୟା ଆକଳନ କରୁଥିଲେ ବି ଏବେଠାରୁ ସଠିକ ପୂର୍ବାନୁମାନ କରି ହେବ ନାହିଁ । ତେବେ ଭାରତୀୟ ପାଣିପାଗ ବିଭାଗ ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ବାତ୍ୟା ନେଇ କୌଣସି ଆକଳନ କରିନି । ସାଧାରଣତଃ ଅକ୍ଟୋବର ପହିଲାରୁ ଡିସେମ୍ବର ଶେଷ ଯାଏ ମୌସୁମୀ ପରବର୍ତ୍ତୀକାଳୀନ ବାତ୍ୟା ଋତୁ ବୋଲି କୁହାଯାଏ । ଏହି ସମୟରେ ମୌସୁମୀ ଫେରିଯାଏ । ପୂର୍ବରୁ ଏହି ସମୟରେ ଅନେକ ବାତ୍ୟା ସୃଷ୍ଟିର ନଜିର ରହିଛି । ସେଥିରୁ କିଛି ଓଡ଼ିଶାରେ ପ୍ରଭାବ ପକାଇଛି । ତେଣୁ ଅକ୍ଟୋବରରେ ବାତ୍ୟା ଆସିଲେ ଛନକା ପଶୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.