ବିଧାନସଭାରେ ଆଉ ଶୁଭିବ ନାହିଁ ଅନରେବଲ ସ୍ପିକର ସାର୍, ଏଣିକି ଶୁଭିବ ଅନରେବଲ ମାଡାମ

ପ୍ରମିଳା ମଲ୍ଲିକ ହେବେ ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି। । ପ୍ରମିଳା ମଲ୍ଲିକ ହେବେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି । ଆଜି କେବଳ ବିଧିିବଦ୍ଧ ଘୋଷଣାକୁ ଅପେକ୍ଷା ରହିଛି । ଏହାପରେ ସେ ବାଚସ୍ପତି ଆସନରେ ବସିବେ ।

ଭୁବନେଶ୍ୱର (କେନ୍ୟୁଜ): ଇତିହାସ ରଚିବ ଓଡ଼ିଶା ବିଧାନସଭା। ପ୍ରଥମ ଥର ବାଚସ୍ପତି ପଦରେ ବସିବେ ଜଣେ ମହିଳା। ପ୍ରମିଳା ମଲ୍ଲିକ ହେବେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି । ଆଜି ବାଚସ୍ପତି ପଦ ପାଇଁ ନିର୍ବାଚନ ରହିଛି । ପ୍ରମିଳା ମଲ୍ଲିକଙ୍କ ବ୍ୟତୀତ ଅନ୍ୟ କେହି ନାମାଙ୍କନ ଭରି ନଥିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ନିଶ୍ଚିତ । ଆଜି କେବଳ ବିଧିିବଦ୍ଧ ଘୋଷଣାକୁ ଅପେକ୍ଷା ରହିଛି । ଏହାପରେ ସେ ବାଚସ୍ପତି ଆସନରେ ବସିବେ ।

ଏଥିସହ ଓଡ଼ିଶା ବିଧାନସଭାରେ ପ୍ରଥମ ମହିଳା ବାଚସ୍ପତି ଭାବରେ କାର୍ଯ୍ୟ ଆରମ୍ଭ କରିବେ ପ୍ରମିଳା ମଲ୍ଲିକ । ବିଧାନସଭାରେ ଆଉ ଶୁଭିବ ନାହିଁ ଅନରେବଲ ସ୍ପିକର ସାର। ଦୀର୍ଘ ସାତ ଦଶନ୍ଧି ଧରି ଚାଲିଥିବା ଏ ଡାକର ଅନ୍ତ ହେବ । ଏଣିକି ଶୁଭିବ ଅନରେବଲ ମାଡାମ ସ୍ପିକର। ଦେଶ ସ୍ବାଧୀନ ହେବା ଠାରୁ ଆଜିଯାଏଁ ବିଧାନସଭାରେ କେବଳ ପୁରୁଷ ବାଚସ୍ପତି ଦାୟିତ୍ବ ତୁଲାଇ ଆସୁଥିଲେ। ଚଳିତ ବିଧାନସଭାରେ ସୂର୍ଯ୍ୟ ନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଥିଲା। ଏବେ ସେହି ଦାୟିତ୍ବ ତୁଲାଇଇବାକୁ ଯାଉଛନ୍ତି ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ।

You might also like