ଆଜିଠୁ କମ୍ପିବ ବିଧାନସଭା, ୨୦୨୩-୨୦୨୪ ଆର୍ଥିକ ବର୍ଷ ପାଇଁ ଆଗତ ହେବ ଅତିରିକ୍ତ ବଜେଟ୍

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ । ଅକ୍ଟୋବର ୪ ତାରିଖ ଯାଏ ଚାଲିବ ମୌସୁମୀ ଅଧିବେଶନ । ଆଜି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ । ଆଜି ପ୍ରଥମ ଦିନରେ ଆଗତ ହେବ ୨୦୨୩-୨୦୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ । ଅକ୍ଟୋବର ୪ ତାରିଖ ଯାଏ ଚାଲିବ ମୌସୁମୀ ଅଧିବେଶନ । ଏହି ସଂକ୍ଷିପ୍ତ ଅଧିବେଶନ ଆରମ୍ଭରୁ ଶେଷ ଯାଏ ସରଗରମ ରହିବ । ପ୍ରସଙ୍ଗର ପାହଡ଼ ଧରି ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

ଆଜି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ । ବିଶେଷ କରି ନିଯୁକ୍ତି, ଶିକ୍ଷକ, କୃଷକ ସମସ୍ୟା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର ଓ ଆଇନଶୃଙ୍ଖଳା ଆଦି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିବାକୁ ଯୋଜନା ରଖିଛନ୍ତି ବିରୋଧୀ । ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ଶାସକ ଦଳ ହାତରେ ବିକାଶ ପାଲଟିବ ମୁଖ୍ୟ ଅସ୍ତ୍ର। ଏହାସହ କେନ୍ଦ୍ରୀୟ ଅବହେଳ ପ୍ରସଙ୍ଗ ଉଠାଇ ବିରୋଧୀ ଙ୍କୁ ଅଡୁଆରେ ପକାଇବାକୁ ବିଜେଡି ରଣନୀତି କରିଛି । ମୌସୁମୀ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳରେ ଅଛି ବିଧାନସଭା । ବାହାରେ ଓ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୁତୟନ ହୋଇଛନ୍ତି ୩୦ ପ୍ଲାଟୁନ୍ ଫୋର୍ସ । ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ୬ ଅତିରିକ୍ତ ଡିସିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ । ରୁଫ ଟପ୍ ସୁରକ୍ଷା ସହ ସିସିଟିଭି ନଜରରେ ରହିବ ବିଧାନସଭା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.