Below header

କ୍ରିକେଟ୍‌ ଖେଳରୁ ମହାଭାରତ: ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ

ମହିଷାଲଣ୍ଡା ପଞ୍ଚାୟତରେ ଗାଁର କିଛି ଯୁବକମାନେ କ୍ରିକେଟ୍‌ ଖେଳ ଚାଲିଥିଲା । ମ୍ୟାଚ ବେଳେ ଅମ୍ପାୟାର ଥିବା ଯୁବକ ନୋ ବଲ୍‌ ଘୋଷଣା କରିବାରୁ ବିବାଦ ହୋଇଥିଲା । ଏହାପରେ ଅମ୍ପାୟାର ଥିବା ଲକି ରାଉତଙ୍କୁ ପ୍ରଥମେ ବ୍ୟାଟ୍‌ ଓ ପରେ ଛୁରୀରେ ଆକ୍ରମଣ ହୋଇଥିଲା ।

କଟକ (କେନ୍ୟୁଜ): କ୍ରିକେଟ୍‌ ଖେଳକୁ ନେଇ ମହାଭାରତ । କଟକ ଜିଲ୍ଲା ଚୌଦ୍ୱାର ଥାନା ମହିଷାଲଣ୍ଡା ପଞ୍ଚାୟତରେ କ୍ରିକେଟ ଖେଳକୁ ନେଇ ଘଟିଛି ତୁମୂଳକାଣ୍ଡ । ବ୍ୟାଟ ଓ ଛୁରୀ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମହିଷାଲଣ୍ଡା ପଞ୍ଚାୟତରେ ଗାଁର କିଛି ଯୁବକମାନେ କ୍ରିକେଟ୍‌ ଖେଳ ଚାଲିଥିଲା । ମ୍ୟାଚ ବେଳେ ଅମ୍ପାୟାର ଥିବା ଯୁବକ ନୋ ବଲ୍‌ ଘୋଷଣା କରିବାରୁ ବିବାଦ ହୋଇଥିଲା । ଏହାପରେ ଅମ୍ପାୟାର ଥିବା ଲକି ରାଉତଙ୍କୁ ପ୍ରଥମେ ବ୍ୟାଟ୍‌ ଓ ପରେ ଛୁରୀରେ ଆକ୍ରମଣ ହୋଇଥିଲା । ତାଙ୍କ ଛାତି ଓ ପେଟରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ଲକିଙ୍କୁ କଟକ ଏସସିବି ଅଣାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଘଟଣାର ତଦନ୍ତ ଆରମ୍ଭ କରିଛି ଚୌଦ୍ୱାର ଥାନା ପୋଲିସ । ଏବେବି ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.