ନା ରସିଦ କାଟିବାକୁ ପଡ଼ିବ, ନା ଲମ୍ବା ଲାଇନ୍‌…ଏବେ କେବଳ ଆଧାର କାର୍ଡ ଦେଖାଇ କରିପାରିବେ ମହାକାଳଙ୍କ ଦର୍ଶନ

ଉଜ୍ଜୈନର ମହାକାଳେଶ୍ୱର ମନ୍ଦିରରେ ସ୍ଥାନୀୟ ବାସିନ୍ଦାଙ୍କୁ ନୂଆ ସୁବିଧା ପ୍ରଦାନ କରାଯାଇଛି। ଏଣିକି ଉଜ୍ଜୈନ ନିବାସୀ ଆଧାର କାର୍ଡ ଦେଖାଇ ମହାକାଳଙ୍କୁ ତୁରନ୍ତ ଦର୍ଶନ କରିପାରିବେ। ଏହି ନିଷ୍ପତ୍ତି ମନ୍ଦିର ପରିଚାଳନା କମିଟି ବୈଠକରେ ନିଆଯାଇଛି।

ନା ଲମ୍ବା ଲାଇନ୍‌, ନା ୨୫୦ ଟଙ୍କାର ରସିଦ କିଣିବାର ଝିନ୍‌ଝଟ। ଏବେ ଉଜ୍ଜୈନ ବାସିନ୍ଦାଙ୍କୁ ବିଶ୍ୱପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିର ଦର୍ଶନ କରିବା ପାଇଁ କୌଣସି ବି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। କାରଣ, ଶିରିଡ଼ି ଏବଂ ତିରୁପତି ବାଲାଜୀଙ୍କ ଭଳି ମହାକାଳେଶ୍ୱର ମନ୍ଦିରରେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସୁଲଭ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏଥିରେ ସହରବାସୀଙ୍କୁ ନା କେବଳ ଅଲଗା ଦ୍ୱାରରୁ ପ୍ରବେଶ ମିଳିବ, ବରଂ ଆଧାର କାର୍ଡ ଦେଖାଇ ମଧ୍ୟ ସେମାନେ ବାବା ମହାକାଳଙ୍କୁ ଦର୍ଶନ କରିପାରିବେ।

ନିକଟରେ ମହାକାଳେଶ୍ୱର ମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉଜ୍ଜୈନ ସହର ବାସିନ୍ଦାଙ୍କ ପାଇଁ ପୃଥକ୍‌ ଭାବେ ଦର୍ଶନ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରଖାଯାଇଛି। ବୈଠକରେ କୁହାଯାଇଛି ଯେ ଦର୍ଶନ ପାଇଁ ଏକ ପୃଥକ ଦ୍ୱାର ରହିବା ଉଚିତ ଏବଂ ଉଜ୍ଜୈନର ନାଗରିକମାନଙ୍କୁ ପରିଚୟ ପତ୍ର ଆଧାରରେ ମନ୍ଦିରର ଏକ ଅଲଗା ଦ୍ୱାର ମାଧ୍ୟମରେ ପ୍ରବେଶ ଅନୁମତି ଦିଆଯିବା ଦରକାର।

ସେପଟେ ମନ୍ଦିର ପରିଚାଳନା କମିଟି ଦ୍ୱାରା ଏହି ପ୍ରସ୍ତାବକୁ ସ୍ୱାଗତ କରାଯିବା ସହିତ ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି। ତେବେ ସହରବାସୀଙ୍କ ପାଇଁ ଏହି ଦର୍ଶନ ସୁବିଧା ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପରେ ମିଳିବ, ଯାହାଫଳରେ ସେମାନେ ଯେକୌଣସି ସମୟରେ ବାବା ମହାକାଳଙ୍କୁ ସୁବିଧାରେ ଦର୍ଶନ କରିପାରିବେ। ଏଥିପାଇଁ କେବଳ ଆଧାର କାର୍ଡ ଆବଶ୍ୟକ ହେବ। ଆଧାର କାର୍ଡ ଦେଖାଇ ଉଜ୍ଜୈନର ନାଗରିକମାନେ ବାବାଙ୍କ ଦର୍ଶନର ଲାଭ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.