ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୋ ସ୍କୁଲ’ ପରେ ‘ମୋ କଲେଜ’ର ପାଳି, ସାମିଲ ହେବ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ‘ମୋ ସ୍କୁଲ’ ପରେ ଏବେ ‘ମୋ କଲେଜ’ ପାଳି। ‘ମୋ କଲେଜ’ରେ ସାମିଲ ହେବ ବିଶ୍ବବିଦ୍ୟାଳୟ। ‘ମୋ ବିଶ୍ବବିଦ୍ୟାଳୟ’ ଭଳି କୌଣସି ଅଲଗା ଢାଞ୍ଚା ରହିବ ନାହିଁ। ବରଂ ‘ମୋ କଲେଜ/ବିଶ୍ବବିଦ୍ୟାଳୟ’ ବୋଲି ସବୁଠି ଉଲ୍ଲେଖ କରାଯିବ। ‘ମୋ ସ୍କୁଲ’କୁ କ୍ରିୟାଶୀଳ କରିବା ପରେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୋ କଲେଜ’କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ତାହା କିଭଳି ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କାର୍ଯ୍ୟକ୍ଷମ ହୋଇପାରିବ ସେଥିପ୍ରତି ଗୁରୁତ୍ବାରୋପ କରାଯାଇଛି।

ଏହା ମଧ୍ୟରେ ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକ ବିଭିନ୍ନ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କ ସହ ଏବିଷୟରେ ଆଲୋଚନା କରିଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକ ଆସନ୍ତା ୧୫ ଦିନ ମଧ୍ୟରେ ବିଶ୍ବବିଦ୍ୟାଳୟସ୍ତରୀୟ କମିଟି(ୟୁଏଲ୍‌ସି), କଲେଜସ୍ତରୀୟ କମିଟି(ସିଏଲ୍‌ସି) ଗଠନ କରିବାକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.