ଝରାଫୁଲ ମୃତ୍ୟୁ ରହସ୍ୟରୁ ଉଠିବ ପରଦା! ଆସିପାରେ ପୋଷ୍ଟମର୍ଟମ ରିପୋର୍ଟ, ରାକେଶ ସ୍ୱାଇଁ ରିମାଣ୍ଡ ଆବେଦନର ଆଜି ଶୁଣାଣି

ଭୁବନେଶ୍ବର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ସରିନି ସସ୍‌ପେନ୍ସ । କେମିତି ଓ କେଉଁ ପରିସ୍ଥିତିରେ ଝରାଫୁଲଙ୍କ ମୃତ୍ୟୁ ହେଲା ତାହା ବି ସ୍ପଷ୍ଟ ହୋଇନି । ହତ୍ୟା ନା ବିଷକ୍ରିୟାରେ ମୃତ୍ୟୁ ହୋଇଛି ତାହା ଏବେବି ଅସ୍ପଷ୍ଟ ରହିଛି । ଝରାଫୁଲଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆଜି ପୋଷ୍ଟମର୍ଟମ ରିପୋର୍ଟ ଆସିପାରେ । ଝରାଫୁଲଙ୍କ ମୃତଦେହରେ କୌଣସି କ୍ଷତ ଚିହ୍ନ ନଥିଲା । ତାହାଲେ ମୃତ୍ୟୁ ହେଲା କେମିତି ତାକୁ ନେଇ ଉଠିଛି ପ୍ରଶ୍ନ ।

ସେପଟେ ମୁଖ୍ୟ ଅଭିଯୁକ୍ତ ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶ ସ୍ୱାଇଁ ରିମାଣ୍ଡ ଆବେଦନର ଆଜି ଶୁଣାଣି ହେବ । ଯଦି କୋର୍ଟ ରାକେଶର ରିମାଣ୍ଡ ମଞ୍ଜୁର କରନ୍ତି, ତେବେ ପୋଲିସ ତାକୁ ଭୁବନେଶ୍ୱର ଆଣି ଅଧିକ ପଚରାଉଚରା କରିବ । ଫାଷ୍ଟଫୁଡ୍‌ ଦୋକାନରେ ବିରିୟାନି ଖାଇନଥିଲେ ଝରାଫୁଲ । ଫାଷ୍ଟଫୁଡ୍‌ ଦୋକାନରୁ ଗେଷ୍ଟ ହାଉସ୍‌ ବାଟରେ ଆଉ କିଛି ଖାଇଥିଲେ କି ଝରାଫୁଲ ? କିଛି ଔଷଧ କିମ୍ବା ନିଶାଦ୍ରବ୍ୟ ସେବନ କରିଥିଲେ କି ନାହିଁ ? ଟେଷ୍ଟ ହାଉସ୍‌ରେ କ’ଣ ଘଟିଥିଲା ? ଏସବୁର ତଥ୍ୟ ସଂଗ୍ରହ କରାଯିବ । ରାକେଶଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌ କରିପାରେ ପୋଲିସ । ତାର ପଲିଗ୍ରାଫ ଟେଷ୍ଟ ବି ହୋଇପାରେ । ଅନ୍ୟପଟେ ରାକେଶର ସହଯୋଗୀ ଶେଖରକୁ ଧରିବା ପାଇଁ ଯାଜପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ସେହିପରି ମୃତ ଦେହ ଫିଙ୍ଗିବା ପାଇଁ ବ୍ୟବହାର ହୋଇଥିବା ସ୍କୁଟିକୁ ଜବତ କରିବାକୁ ଛାନ୍‌ଭିନ୍‌ ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.