Below header

ଗାଁ ଗାଁ ବୁଲି ବିଶୋଧନୀକରଣ କରୁଛନ୍ତି ବାଙ୍କୀ-ଡମପଡା ବ୍ଲକ କୁଶପଙ୍ଗି ପଞ୍ଚାୟତର ମହିଳା ସରପଞ୍ଚ

ବାଙ୍କୀ(କେନ୍ୟୁଜ): ବର୍ତ୍ତମାନ କରୋନାର ଭୟ ବିଶ୍ୱକୁ କବଳିତ କରିସାରିଛି । ଯେଉଁକାରଣରୁ ଆମମାନଙ୍କୁ ସଚେତନ ରହିବା ନିହାତି ଆବଶ୍ୟକ । ଏନେଇ ପ୍ରତ୍ୟେକ ଜିଲ୍ଲା ଏବଂ ଗାଁର ସରପଞ୍ଚମାନେ ମଧ୍ୟ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି କଟକ ଜିଲ୍ଲା ବାଙ୍କୀ-ଡମପଡା ବ୍ଲକ କୁଶପଙ୍ଗି ପଞ୍ଚାୟତର ମହିଳା ସରପଞ୍ଚ । ଗାଁ ଗାଁ ବୁଲି ବିଶୋଧନୀକରଣ କରୁଛନ୍ତି ମହିଳା ସରପଞ୍ଚ । କରୋନା ସଂକ୍ରମଣରୁ ରକ୍ଷା ପାଇବା ପ୍ରବାସୀ ରହୁଥିବା କ୍ୱାରେଣ୍ଟାଇନ ସେଣ୍ଟର ଚାରିପଟେ ବିଶୋଧନୀକରଣ କରାଯାଉଛି ।

ଅନ୍ୟପଟେ ଜିଲ୍ଲାପାଳ କ୍ଷମତା ବ୍ୟବହାର କରିଛନ୍ତି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସୁଙ୍ଗୁଡା ପଞ୍ଚାୟତର ସରପଞ୍ଚ  । ଗତକାଲି ସଂଧ୍ୟା ୫ଟା ଠାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି । ସୁଙ୍ଗୁଡା ପଞ୍ଚାୟତ ଅଧିନରେ ଜିଲ୍ଲାର ବ୍ୟସ୍ତବହୁଳ ଚଣ୍ଡିଖୋଲ ବଜାର ରହୁଥିବାରୁ ଏହା ମଧ୍ୟ ବନ୍ଦ ରହିବ । ପ୍ରବାସୀ ଓଡିଆମାନଙ୍କ ଫେରୁଥିବା ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା କହିଛନ୍ତି ସୁଙ୍ଗୁଡା ପଞ୍ଚାୟତର ସରପଞ୍ଚ ଚାଚାଲିନ ସ୍ୱାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.