Below header

ଆଜି ତାମିଲନାଡୁରୁ ୨ଶହ ଶ୍ରମିକଙ୍କୁ ନେଇ ପହଞ୍ଚିବ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ, ବଲାଙ୍ଗିର ଷ୍ଟେସନରେ ବ୍ୟାପକ ବ୍ୟବସ୍ଥା ଜାରି

ବଲାଙ୍ଗିର(କେନ୍ୟୁଜ): ବଲାଙ୍ଗିରରେ ୯ ଘଣ୍ଟିଆ କର୍ଫ୍ୟୁ। ଆଜି ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ କର୍ଫ୍ୟୁ ବଳବତ୍ତର ରଖାଯିବ। ଜିଲ୍ଲାର ସବୁ ରାସ୍ତା ସିଲ କରିବ ଜିଲ୍ଲା ପ୍ରଶାସନ। ଆଜି ବଲାଙ୍ଗୀରରେ ପହଞ୍ଚିବ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ । ତାମିଲନାଡୁ ତିରୁପୁରର ୨ଶହ ଶ୍ରମିକଙ୍କ ନେଇ ପହଂଚିବ ଟ୍ରେନ। ଏଥିପାଇଁ ବଲାଙ୍ଗୀର ଷ୍ଟେସନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ଅଧିକାରୀ ଓ ପୋଲିସ ଅଧିକାରୀ ସ୍ଥିତିର ଯାଞ୍ଚ କରିଛନ୍ତି । ସୂଚନାନୁଯାୟୀ ଟ୍ରେନଟି ପ୍ରଥମେ ରାୟଗଡା ପରେ ବଲାଙ୍ଗୀର, ଭଦ୍ରକ ଓ ବାଲେଶ୍ୱରରେ ପହଞ୍ଚିବ।

ଅନ୍ୟପଟେ ରାୟଗଡ଼ା ସହରରେ ୧୪୪ ଧାରା ଜାରି କରାଯାଇଛି । ଆଜି ତାମିଲନାଡ଼ୁରୁ ପ୍ରବାସୀଙ୍କୁ ନେଇ ଆସୁଛି ଟ୍ରେନ୍‌। ତିରୁପୁରରୁ ୨ ଶହ ପ୍ରବାସୀଙ୍କୁ ଧରି ଆସୁଛିି ଟ୍ରେନ୍‌। ଏଥିପାଇଁ ସତର୍କତା ପଦକ୍ଷେପ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ୧୪୪ଧାରା ଜାରି କରାଯାଇଛି। ମଧ୍ୟରାତ୍ରରୁ ଆଜି ଦିନ ୨ଟା ଯାଏ କଟକଣା ବଳବତ୍ତର ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.