Below header

କେନ୍ଦୁଝର: ଦିଅରକୁ ମହଙ୍ଗା ପଡ଼ିଲା ଭାଉଜ ସହ ପ୍ରେମ, ବଡ ଭାଇର ତୀର ମାଡରେ ଗଲା ଜୀବନ

କେନ୍ଦୁଝର: ବଡ ଭାଇର ତୀର ମାଡରେ ସାନ ଭାଇର ମୃତ୍ୟୁ । ଘଟଣା ଘଟିଛି କେନ୍ଦୁଝର ତେଲକୋଇ ଥାନା ଲକ୍ଷ୍ମୀନାରାୟଣପୁର ଢିପା ସାହିରେ। ଭାଉଜକୁ ପ୍ରେମ କରିବା ସାନ ଭାଇକୁ ମହଙ୍ଗା ପଡ଼ିଛି। ଅଭିଯୋଗ ଅନୁସାରେ ସାନଭାଇ ଜିତୁ ମୁଣ୍ଡାର ଦାଦା ପୁଅ ବଡ ଭାଇ ଶଙ୍କର ମୁଣ୍ଡାର ପତ୍ନୀଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା।

ଶଙ୍କର ଏନେଇ ସାନ ଭାଇକୁ ବାରମ୍ବାର ତାଗିଦ୍‌ କରିଥିଲେ । ୧୫ ଦିନ ତଳେ ଜିତୁ ଭାଉଜକୁ ଆଣି ନିଜ ଘରେ ରଖିଥିଲେ । ଗତକାଲି ଜିତୁ ବିଲକୁ ଯାଇଥିବା ବେଳେ ପ୍ରତିଶୋଧ ପରାୟଣ ହୋଇ ତୀରମାଡ କରିଥିଲା । ଘଟଣାସ୍ଥଳରେ ଜିତୁର ମୃତ୍ୟୁ ହୋଇଥିଲା । ଏହା ପରେ ଭାଇ ଶଙ୍କର କାଳିଆହତା ଫାଣ୍ଡିରେ ଆତ୍ମସମର୍ପଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.