ଡିଲରଙ୍କ ଅଜବ ଡିମାଣ୍ଡ, ରାସନ ନେବ ତ ମୋ ସହ ଶାରୀରିକ ସମ୍ପର୍କ ରଖ

ରାସନ ନେବ ତ ଆସ । ହେଲେ ତା ବଦଳରେ ତୁମକୁ କିଛି ଦେବାକୁ ପଡ଼ିବ । ପଇସା ଦରକାର ନାହିଁ । ଦରକାର… `  ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାର ଭୋଜପୁର ଥାନା ଅଞ୍ଚଳର ଏକ ଗାଁରେ ରାସନ ବଦଳରେ ଅଜବ ଦାବି କରାଯାଇଛି। ଏମିତି ଦାବି ଆପଣ ଜାଣିଲେ ଲାଜରେ ମୁଣ୍ଡ ନଇଁଯିବ। ଏଠାରେ ଜଣେ ମହିଳାଙ୍କୁ ରାସନ ବଦଳରେ ଅବୈଧ ସମ୍ପର୍କ ରଖିବା ପାଇଁ ବାଧ୍ୟ କରାଯାଇଛି। ରାସନ ଡିଲର ଫୋନରେ ଜଣେ ମହିଳାଙ୍କ ସହିତ ଅଶ୍ଳୀଳ କଥାବାର୍ତ୍ତା କରୁଛନ୍ତି। ଖାଲି ଏତିକି ନୁହେଁ ତାଙ୍କ କଥାରେ ରାଜି ହେଲେ ଆହୁରି ବହୁତ ସୁବିଧା ଦେବେ ବୋଲି କହୁଛନ୍ତି। ଏହି କଥାବାର୍ତ୍ତାର ତିନିଟି ଅଡିଓ ଭାଇରାଲ ହୋଇଛି ।

rapeଭୋଜପୁର ଥାନା ଅଞ୍ଚଳରେ ଜଣେ ମହିଳା ତାଙ୍କ ପରିବାର ସହିତ ରୁହନ୍ତି। ମହିଳାଙ୍କ ସ୍ୱାମୀ ଲକଡାଉନ ଯୋଗୁଁ ବାହାରେ ଫସିକି ଅଛନ୍ତି। ତେଣୁ ଘରେ ପରିବାର ଚଳାଇବାରେ ସମସ୍ୟା ହେଉଛି । ସେଥିପାଇଁ ମହିଳା ଜଣକ ନିଜ ବଡ ଯାଆ ସହିତ ରାସନ ଡିଲର ଦୋକାନକୁ ଯାଇଥିଲେ। କିନ୍ତୁ ରାସନ ଡିଲର ସର୍ଭର ଡାଉନ ଅଛି ବୋଲି କହି ରାସନ ଦେଲା ନାହିଁ । କହିଲା, ସନ୍ଧ୍ୟାରେ ଫୋନ କରିବ। ଘରେ ରାସନ ନଥିବାରୁ ମହିଳା ଜଣଙ୍କ ସନ୍ଧ୍ୟା ୭ଟା ବେଳେ ଡିଲରକୁ ଫୋନ କଲେ। କିନ୍ତୁ ରାସନ ଡିଲର ମହିଳାଙ୍କୁ ସଫା ସଫା କହିଲେ ଯେ ଯଦି ତୁମେ ମୋ କଥାରେ ରାଜି ହେବ ତାହେଲେ କାଲି ଆସିକି ରାସନ ନେଇଯିବ। କେବଳ ଏତିକି ନୁହେଁ ଡିଲର ଜଣଙ୍କ ମହିଳାଙ୍କ ସହିତ ଅଶ୍ଳୀଳ କଥା ବାର୍ତ୍ତା କରିଥିଲେ । କହିଲେ ଯେ ପର‌୍ୟ୍ୟନ୍ତ ତୁ ମୋ କଥା ନ ମାନିଛୁ ସେତେ ପର‌୍ୟ୍ୟନ୍ତ ରାସନ ମିଳିବ ନାହିଁ। ତୁ ମୋ ସହ ସମ୍ପର୍କ ରଖିଲେ ଖାଲି ରାସନ୍ ନୁହେଁ ଆଉ ସବୁ ସୁବିଧା ବି କରିଦେବି । ତେବେ ଏହି ଘଟଣାର ପୂରା କଥାକୁ ମହିଳା ନିଜ ମୋବାଇଲ ଫୋନରେ ରେକର୍ଡ କରିନେଲେ। ଆଉ ଏବେ ସେହି ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତା ସହିତ ମହିଳା ଜଣକ ଡିଲର ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।

ଏହାପରେ ଯେତେବେଳେ ଜୁନ ୨ ତାରିଖରେ ମହିଳା ଜଣଙ୍କ ରାସନ ଆଣିବା ପାଇଁ ଗଲେ ସେତେବେଳେ ଡିଲର କହିଲେ ଆଗ ଅଡିଓ ଡିଲିଟ୍ କର ଆଉ କେସ୍ ଉଠାଇ ନିଅ ତାପରେ ଯାଇ ରାସନ ମିଳିବ। ଏହାପରେ ମହିଳା ଜଣଙ୍କ ଉପାୟ ଶୂନ୍ୟ ହୋଇ ଜାତୀୟ ମହିଳା କମିଶନ, ବରିଷ୍ଠ ପୋଲିସ ଅଧୀକ୍ଷକଙ୍କୁ ଗୁହାରୀ କରିଛନ୍ତି। ତେବେ ସଂପୃକ୍ତ ଡିଲର ଏବଂ ଗ୍ରାମ ପ୍ରଧାନ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି।

rapeତେବେ ଏହି ଘଟଣାରେ ମହିଳା କହିଛନ୍ତି ଯେ ମୋ ଶ୍ୱଶୁର ଯେତେବେଳେ ଗ୍ରାମ ପ୍ରଧାନଙ୍କୁ ଜଣାଇଲେ ଆଉ କାର‌୍ୟ୍ୟାନୁଷ୍ଠାନ ପାଇଁ ଦାବି କଲେ ସେତେବେଳେ ସେମାନେ ଓଲଟା ଆମ ପରିବାରକୁ ଦୋଷୀ ବୋଲି କହିଲେ। ଗ୍ରାମ ପ୍ରଧାନ ଏବେ ରାସନ ଡିଲରଙ୍କ ସହିତ ସାଲିସ କରିବା ପାଇଁ କହୁଛନ୍ତି। ସାଲିସ ନ କଲେ ପରିଣାମ ବହୁତ ଖରାପ ହେବ ବୋଲି ଧମକ ମଧ୍ୟ ଦିଆଯାଉଛି।
ତେବେ ମହିଳାଙ୍କ ବଡ ଯାଆ ଏହି ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ଏ ପର‌୍ୟ୍ୟନ୍ତ କୌଣସି କାର‌୍ୟ୍ୟାନୁଷ୍ଠାନ ନିଆଯାଇ ନାହିଁ। ଗଣମାଧ୍ୟମ ଦ୍ୱାରା ଘଟଣା ସାମ୍ନାକୁ ଆସିବା ପରେ ସେହି ଅଞ୍ଚଳର ଥାନା ଅଧିକାରୀଙ୍କୁ ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.