ଗରମ ଦିନେ ମେହେନ୍ଦୀ ଲଗାଇବାର ଫାଇଦା: ସୁନ୍ଦରତା ବଢ଼ାଇବା ସହ ଗରମରୁ ରଖେ ଦୂର

ବିଶେଷ ରୂପେ ଜୁନ ମାସରେ ଅଧିକ ଗରମ ହୋଇଥାଏ। ଏହି ମାସରେ ଗରମରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକମାନେ ଅନେକ ପ୍ରକାର ଉପାୟ ଆପଣାଇଥାନ୍ତି। ଏହି ମାସରେ ମେହେନ୍ଦୀ ଲଗାଇବା ଲାଭକାରୀ ହୋଇଥାଏ। ନିଜକୁ ସତେଜ ରଖିବା ସହ ଗରମରୁ ରକ୍ଷା କରିବା ପାଇଁ ମେହେନ୍ଦୀ ବ୍ୟବହାର କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଗରମରୁ ରକ୍ଷା ପାଇବା ପାଇଁ କିପରି ବ୍ୟବହାର କରିବେ ମେହେନ୍ଦୀ।

କେଶରେ ଲଗାନ୍ତୁ ମେହେନ୍ଦୀ

କେଶରେ ମେହେନ୍ଦୀ ଲଗାଇବା ଦ୍ୱାରା ଅଧିକ ଗରମ ସମସ୍ୟାରୁ ରକ୍ଷା ପାଇପାରିବେ। ଏଥିସହ ମେହେନ୍ଦୀ ଲଗାଇବା ଦ୍ୱାରା କେଶର ସୁନ୍ଦରତା ବଢିଥାଏ।

mehendi

ମୁଣ୍ଡକୁ ଥଣ୍ଡା ରଖିଥାଏ

ମେହେନ୍ଦୀ ଲେପ ଲଗାଇବା ଦ୍ୱାରା ମୁଣ୍ଡକୁ ଥଣ୍ଡା ମିଳିଥାଏ। ଏହାକୁ ବ୍ୟବହାର କରି ଆପଣ ନିଜକୁ ସତେଜ ରଖିପାରିବେ। ମେହେନ୍ଦୀ ଲେପ କେଶରେ କଣ୍ଡିସନିଂ ଭଳି କାମ କରିଥାଏ।

ମେହେନ୍ଦୀରେ ଆଣ୍ଟିସେପ୍ଟିକ ଗୁଣ ରହିଥାଏ, ଯାହା ରୂପି ଏବଂ କେଶ ମୂଳ କୁଣ୍ଡେଇ ହେବା ସମସ୍ୟା ଦୂର କରିଥାଏ। ମେହେନ୍ଦୀ ବ୍ୟବହାର କରିବା ଦ୍ୱାରା କେଶକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିଥାଏ।

hair 11

ତେବେ ଆସନ୍ତୁ ଜାଣିବା ମେହେନ୍ଦୀ ଲଗାଇବାର ସଠିକ ଉପାୟ:

-ରାତିରେ ଦହି ଏବଂ ମେହେନ୍ଦୀକୁ ଭିଜାଇ ରଖନ୍ତୁ।

-ସକାଳେ ଏହି ପେଷ୍ଟକୁ କେଶରେ ଲଗାନ୍ତୁ।

-ମେହେନ୍ଦୀ ଲଗାଇବାର ଏକ ଘଣ୍ଟା ପରେ କେଶ ଧୋଇଦିଅନ୍ତୁ।

ଗରମ ଦିନେ ମେହେନ୍ଦୀ ଲଗାଇବାର ପରମ୍ପରା:

ଗରମ ଦିନେ ଅଧିକାଂଶ ମହିଳାମାନେ ହାତ ଏବଂ ପାଦରେ ମେହେନ୍ଦୀ ଲଗାଇଥାନ୍ତି। କାରଣ ମେହେନ୍ଦୀ ଲଗାଇବା ଦ୍ୱାରା ଥଣ୍ଡା ଲାଗିଥାଏ ଏବଂ ଗରମରୁ ମୁକ୍ତି ମିଳିଥାଏ। ଜୁନ ମାସରେ ସୂର୍ଯ୍ୟଙ୍କ କିରଣ ଅଧିକ ହୋଇଥାଏ। ଏହିକାରଣରୁ ପ୍ରାଚୀନ ସମୟରେ ଏହି ଦିନରେ ମେହେନ୍ଦୀ ଲଗାଇବାର ପରମ୍ପରା ରହିଛି।