ଯିଏ ଧାରଣା ପାଇଁ ଆସିବ ତାକୁ ମିଳିବ ସ୍ଥାୟୀ ଚାକିରି; ଏମିତି କହି ANM କର୍ମୀଙ୍କୁ ପ୍ରଲୋଭିତ କରି ଟଙ୍କା ମାଗୁଥିବା ୩ ଦଲାଲ ଗିରଫ

ଭୁବନେଶ୍ବର: ANM କର୍ମୀଙ୍କ ଧାରଣା ପଛରେ ଠକେଇ ର‍୍ୟାକେଟ। ୩ଜଣ ଦଲାଲଙ୍କୁ ଗିରଫ କଲା କ୍ୟାପିଟାଲ୍‌ ଥାନା ପୋଲିସ। ଅଭିଯୁକ୍ତ ୩ଜଣ ଗଞ୍ଜାମ ଜିଲ୍ଲାର। ସେମାନଙ୍କ ନିକଟରୁ ୫୦ ହଜାର ଟଙ୍କା ଜବତ କରାଯାଇଛି। ଯିଏ ଧାରଣା ପାଇଁ ଆସିବ ତାକୁ ସ୍ଥାୟୀ ଚାକିରି ମିଳିବ। ଏଭଳି କହି ANM କର୍ମଚାରୀଙ୍କୁ ପ୍ରଲୋଭିତ କରାଯାଇ ଟଙ୍କା ମଗା ଯାଉଥିଲା।

ଜଣକ ପିଛା ୧୫ହଜାର ଟଙ୍କା ମଗା ଯାଇଥିଲା। ସୋସିଆଲ ମିଡିଆରେ ଏଭଳି ଏକ ଭାଇରାଲ ଅଡିଓକୁ ନେଇ ତଦନ୍ତ କରିଥିଲା ପୋଲିସ । ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା କ୍ୟାପିଟାଲ ଥାନା ପୋଲିସ। କୋଟି କୋଟି ଟଙ୍କା ଠକେଇ କରି ଫେରାର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଅଭିଯୁକ୍ତ।

Leave A Reply

Your email address will not be published.