ଭୁବନେଶ୍ୱର-ଖୋର୍ଦ୍ଧା ବାଇପାସ୍‌ରୁ କୋଟିଏ ୩୦ ଲକ୍ଷ ଟଙ୍କାର ଧଳା ଜହର ଜବତ କଲା କ୍ରାଇମବ୍ରାଞ୍ଚ STF, ଜଣେ ଗିରଫ

ଭୁବନେଶ୍ବର: ରାଜଧାନୀରେ ପୁଣି ଧଳା ଜହର କାରବାର। ୧ କୋଟି ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ। ଜାତୀୟ ରାଜପଥର ଖୋର୍ଦ୍ଧା ବାଇପାସ୍‌ ନିକଟରୁ ଜବତ ହୋଇଛି ୧ କେଜି ୩୦୦ଗ୍ରାମ ବ୍ରାଉନସୁଗର । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଜଣକ କାଇପଦରର ଏସ୍‌.କେ ଅନୱର।

ବ୍ରାଉନସୁଗର ଚୋରା ଚାଲାଣ କରାଯାଉଥିବା ଖବର ପାଇବା ପରେ କ୍ରାଇମବ୍ରାଞ୍ଚ STF ପକ୍ଷରୁ ରେଡ୍‌ କରାଯାଇଥିଲା। ବ୍ରାଉନସନୁଗର ସହ ଆଉ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଗିରଫ ପରେ ଆଜି ତାକୁ କୋର୍ଟ ଚାଲାଣ କରାଯିବ। କେଉଁଠାରୁ କେଉଁଠିକୁ ଚାଲାଣ ହେଉଥିଲା ସେନେଇ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.