ଜୁଲାଇ ମାସରେ ଦେଶରେ ଭଲ ବର୍ଷା ହେବ

ଦୀର୍ଘ ଅବଧି ହାରାହାରି ୯୪%ରୁ ୧୦୬% ବର୍ଷା ସମ୍ଭାବନା ରହିଛି । କେନ୍ଦ୍ରୀୟ ଭାରତ, ପୂର୍ବ ଭାରତ, ଉତ୍ତରପୂର୍ବ ଓ ଉତ୍ତର ପଶ୍ଚିମ ଭାରତର ଅଧିକାଂଶ ଅଂଚଳରେ ସ୍ୱାଭାବିକ କିମ୍ବା ସ୍ୱାଭାବିକଠୁ ଅଧିକ ବର୍ଷା ହୋଇପାରେ ।

କେନ୍ୟୁଜ୍(ବ୍ୟୁରୋ): ଜୁନରେ ନିଅଣ୍ଟିଆ ବର୍ଷିଲା । ଜୁଲାଇ ମାସରେ ଦେଶରେ ଭଲ ବର୍ଷା ହେବ । ସ୍ୱାଭାବିକ ବର୍ଷା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଦୀର୍ଘ ଅବଧି ହାରାହାରି ୯୪%ରୁ ୧୦୬% ବର୍ଷା ସମ୍ଭାବନା ରହିଛି । କେନ୍ଦ୍ରୀୟ ଭାରତ, ପୂର୍ବ ଭାରତ, ଉତ୍ତରପୂର୍ବ ଓ ଉତ୍ତର ପଶ୍ଚିମ ଭାରତର ଅଧିକାଂଶ ଅଂଚଳରେ ସ୍ୱାଭାବିକ କିମ୍ବା ସ୍ୱାଭାବିକଠୁ ଅଧିକ ବର୍ଷା ହୋଇପାରେ ।

ଅନୁମାନରୁ ଜଣାପଡିଛି ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ଦେଶରେ ଜୁନ୍‌ ମାସରେ ସ୍ୱାଭାବିକଠାରୁ ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଏବେ ଜୁଲାଇରେ ସ୍ୱାଭାବିକ ବର୍ଷା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.