ବିଶ୍ୱକପ୍‌ ପାଇଁ ଆସନ୍ତାକାଲି ଠାରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇ ପାରେ

ବିଶ୍ୱକପ୍ର କ୍ରୀଡ଼ାସୂଚୀ ଘୋଷଣା ପରେ ମ୍ୟାଚ୍ ପାଇଁ ଆସନ୍ତା କାଲିଠାରୁ ଅର୍ଥାତ୍ ଜୁଲାଇ ୧ରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି ।

ମୁମ୍ବାଇ : ଆଗାମୀ ଆଇସିସି ଦିନିକିଆ ବିଶ୍ୱକପ୍‌ର କ୍ରୀଡ଼ାସୂଚୀ ଘୋଷଣା ପରେ ଦେଶରେ କ୍ରିକେଟ୍‌ ପ୍ରେମୀଙ୍କ ଉତ୍ସାହ ବଢ଼ିଛି । ଏହା ସହିତ ମ୍ୟାଚ୍‌ ପାଇଁ ଟିକେଟ୍‌ ବିକ୍ରିର ତାରିଖ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନଥିଲେ ମଧ୍ୟ ଆସନ୍ତା କାଲିଠାରୁ ଅର୍ଥାତ୍‌ ଜୁଲାଇ ୧ରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି ।
ଆଗାମୀ ଅକଟୋବର ୫ରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଭାରତରେ ଆୟୋଜିତ ହେବ । ଭାରତରେ କ୍ରିକେଟ୍‌ କ୍ରେଜ୍‌ ବହୁତ ଅଧିକ । ଏହାକୁ ଦୃଷ୍ଟିରେ ରଖି କାଲିଠାରୁ ଟିକେଟ୍‌ ବିକ୍ରି କରାଯାଇ ପାରେ । ଟିକେଟ୍‌ ମୂଲ୍ୟ ୫୦୦ରୁ ଆରମ୍ଭ କରି ୧୦ ହଜାର ଟଙ୍କା ଯାଏ ରହିଛି । ଆହୁରି ମଧ୍ୟ ସୂଚନା ମିଳିଛି କି ପ୍ରଥମେ ୫୦୦ ଟଙ୍କାରେ ଟିକେଟ୍‌ ବିକ୍ରି ହୋଇ ପାରେ । ଯଦି ଡିମାଣ୍ଡ ବଢ଼ିଲା ତେବେ ଟିକେଟ ଦାମ୍‌ ବି ବଢ଼ି ପାରେ ।

ଆଇସିସି ଅନ୍‌ଲାଇନ୍‌ରେ cricketworldcup.com ରେ ଟିକେଟ୍‌ ବିକ୍ରି କରିପାରେ । ଅକଟୋବର ୧୫ ତାରିଖରେ ଅହମଦାବାଦରେ ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲା ପାଇଁ ସବୁଠୁ ଅଧିକ ଟିକେଟ୍‌ ଡିମାଣ୍ଡ ରହିବ ବୋଲି ଆଶା କରାଯାଉଛି । ଏହି ମ୍ୟାଚ୍‌ର ଟିକେଟ୍‌ ମୂଲ୍ୟ କେଇଗୁଣ ବଢ଼ାଯିବାର ମଧ୍ୟ ସମ୍ଭାବନା ରହିଛି । ଅକଟୋବର ୫ ତାରିଖରେ ଉଦ୍‌ଘାଟନୀ ମ୍ୟାଚ୍‌ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଟିକେଟ୍‌ ବିକ୍ରି ସିନା ଆରମ୍ଭ ହୋଇନି ହେଲେ କ୍ରିକେଟ୍‌ ପ୍ରେମୀ ହୋଟେଲ ବୁକିଂ କରି ସାରଲେଣି । ବିଶେଷ କରି ଭାରତ-ପାକ ମ୍ୟାଚ୍‌ ପାଇଁ ଅହମଦାବାଦର ସବୁ ହୋଟେଲ ପ୍ରାୟ ବୁକିଂ ସରିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.