ଆଜି ସୃଷ୍ଟି ହେବ ଲଘୁଚାପ: ଓଡ଼ିଶା ଉପରେ କଣ ରହିବ ପ୍ରଭାବ ଏବେ ବି ଅସ୍ପଷ୍ଟ

ଭୁବନେଶ୍ବର(କେନ୍ୟୁଜ): ଆଜି ସୃଷ୍ଟି ହେବ ଲଘୁଚାପ । ଓଡ଼ିଶା ଉପରେ ପ୍ରଭାବ ଅସ୍ପଷ୍ଟ ରହିଛି । ଟଳିଯାଇପାରେ ବାତ୍ୟା ବିପଦ । ସ୍ଥଳଭାଗ ଛୁଇଁବା ଆଗରୁ ହିଁ ସମୁଦ୍ର ଭିତରେ ମିଳେଇଯାଇପାରେ ସମ୍ଭାବ୍ୟ ବାତ୍ୟା । ଓଡ଼ିଶା ଉପକୂଳ ଆଖପାଖକୁ ବି ଏହା ଆସିନପାରେ । ଆନ୍ଧ୍ର ଉପକୂଳ ପାଖକୁ ଆସିବା ପରେ ଆସନ୍ତା ୧୧ ତାରିଖ ବେଳକୁ ସମୁଦ୍ର ଭିତରେ ଦୁର୍ବଳ ହେବ । ପାଣିପାଗର ଏଭଳି ପୂର୍ବାନୁମାନ ଓଡ଼ିଶା ଓ ଆନ୍ଧ୍ର ଉପକୂଳବାସୀଙ୍କୁ ଆଶ୍ୱସ୍ତି ଦେଇଛି ।

GFS ଚାର୍ଟରେ ଦର୍ଶାଯାଇଛି, ଲଘୁଚାପ ବାତ୍ୟା ରୂପ ନେବା ପରେ ୧୦ ତାରିଖରେ ଉତ୍ତର ଆନ୍ଧ୍ର ଉପକୂଳ ପାଖାପାଖି ସମୁଦ୍ର ଭିତରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବ । ୧୧ ତାରିଖ ବେଳକୁ ବଦଳିଯିବ ଗତିପଥ । ଉତ୍ତର ପୂର୍ବ ଦିଗ ମୁହାଁଇ ଉପକୂଳଠାରୁ ଦୂରେଇ ଯିବ । ୧୨ ତାରିଖବେଳକୁ ପୂରା ଦୁର୍ବଳ ଅବସ୍ଥାରେ ସମୁଦ୍ରରେ ଥିବ । ୧୩ ତାରିଖରେ କିଛି ନଥିବ । ୟୁରୋପିଆନ ECMWF ମଡେଲ ମେ’ ୯ ଓ ୧୦ ତାରିଖ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରିଛି । ସେହିଭଳି ଆମେରିକା GFS ମଡେଲ ୧୦ ଓ ୧୧ ତାରିଖ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.