ବଢିଲା ସୁନା ଓ ରୁପା ଦର, କିଣିବା ପୂର୍ବରୁ ଜାଣନ୍ତୁ କେତେ ଅଛି ଆଜିର ଦାମ୍

ସୁନା କିଣିବାକୁ ଦୋକାନକୁ ଯିବା ପୂର୍ବରୁ ଏଠାରେ ପଢ଼ିନିଅନ୍ତୁ କେତେ ଅଛି ଆଜିର ୧୦ ଗ୍ରାମ ପ୍ରତି ସୁନା ଦାମ୍। ଆଜି ଓଡିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ରହିଛି ୪୭,୦୦୦ ହଜାର ୪୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ରହିଛି ୫୧ ହଜାର ୭୦୦ ଟଙ୍କା ରହିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭ ହଜାର ୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୧ ହଜାର ୭୦୦ ଟଙ୍କା ଥିବା ଜଣାଯାଇଛି।

 

 

ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୭ ହଜାର ୪୦୦ ଟଙ୍କା ଓ ୫୧ ହଜାର ୭୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭ ହଜାର ୪୦୦ ଟଙ୍କା ଓ ୫୧ ହଜାର ୭୦୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୮ ହଜାର ୫୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨ ହଜାର ୯୨୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୨୪ କ୍ୟାରେଟ୍ ସୁନା ଦର ୪୭ ହଜାର ୪୦୦ ଟଙ୍କା ଓ ୨୨ କ୍ୟାରେଟ୍ ୫୧ ହଜାର ୭୦୦ ଟଙ୍କା ରହିଛି।

 

ଅନ୍ୟପଟେ ରୁପା ମୂଲ୍ୟ ଆଜି କମ୍ ରହିଛି। ଆଜି କିଲୋଗ୍ରାମ ପ୍ରତି ରୁପା ଦର ୬୩ ହଜାର ୮୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି। ତେବେ ଆଜି ଉଭୟ ସୁନା ଓ ରୂପା ଦର ବୃଦ୍ଧି ପାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.