ଲଞ୍ଚ୍ ହେଲା ହ୍ୱାଟ୍ସଆପ୍ ରିଆକ୍ସନ ଫିଚର୍: ୟୁଜର୍ସ ମାନେ ଫେସବୁକ୍ ଭଳି କରିପାରିବେ ରିଆକ୍ଟ

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଦୀର୍ଘ ସମୟ ଅପେକ୍ଷା ପରେ ହ୍ୱାଟ୍ସଆପ୍ ରିଆକ୍ସନ୍ ଫିଚରକୁ ରୋଲଆଉଟ କରିଛି। ମେଟାର ପ୍ରତିଷ୍ଠାତା ତଥା ସିଇଓ ଜୁକରବର୍ଗ କହିଛନ୍ତି କି ମେ ୫ରୁ ହ୍ୱାଟ୍ସଆପ୍ ରିଆକ୍ସନ ଫିଚରକୁ ରୋଲଆଉଟ୍ କରିବା ଆରମ୍ଭ କରିଛି । ହ୍ୱାଟ୍ସଆପ ତରଫରୁ ଆରମ୍ଭରେ ୬ ଇମୋଜୀକୁ ରୋଲଆଉଟ୍ କରାଯାଇଛି । ଆଜିଠାରୁ ସମସ୍ତ ହ୍ୱାଟ୍ସଆପ୍ ବ୍ୟବହାରକାରୀମାନେ ଇମୋଜି ରିଆକ୍ସନ୍ ବ୍ୟବହାର କରିବାକୁ ସମର୍ଥ ହେବେ। ଏହି ରିଆକ୍ସନ୍ ଗୁଡ଼ିକର ସାହାଯ୍ୟରେ ଚାଟିଂ କରିବା ସମୟରେ \ କଥାବାର୍ତ୍ତା କୁ ସହଜରେ ବ୍ୟାଖ୍ୟା କରିବାକୁ ସମର୍ଥ ହେବେ।

ମାର୍କ ଜୁକରବର୍ଗ ଫେସବୁକରେ କହିଛନ୍ତି ଯେ ଆଜିଠାରୁ ହ୍ୱାଟ୍ସଆପ୍ ରିଆକ୍ସନ୍ ଫିଚର ଲଞ୍ଚ କରିଛି । ହ୍ୱାଟ୍ସଆପ୍ ପ୍ରାରମ୍ଭରେ ୬ ଟି ଇମୋଜି ରୋଲଆଉତ କରିଛ ଯେଉଁଥିରେ ଏଥିରେ ଥମ୍ସଅପ, ହାର୍ଟ, ସ୍ମାଇଲ୍, ସର୍ପ୍ରାଇଜ୍, ଅପସେଟ୍ ଏବଂ ଥ୍ୟାଙ୍କ୍ସ ଭଳି ଇମୋଜୀ ସାମିଲ । ମାର୍କ ଜୁକରବର୍ଗ କହିଛନ୍ତି ଯେ ଆଗାମୀ ସମୟରେ କିଛି ନୂଆ ଇମୋଜି ଲଞ୍ଚ ହେବ।

wp

ବ୍ୟବହାର କରିବାର ପ୍ରକ୍ରିୟା

ସର୍ବ ପ୍ରଥମେ ହ୍ୱାଟ୍ସଆପକୁ ଅପଡେଟ୍ କରିନିଅନ୍ତୁ । ଆଣ୍ଡ୍ରଏଡ୍ ୟୁଜର୍ସ ଗୁଗଲ ପ୍ଲେ ଷ୍ଟୋର ଏବଂ ଆଇଓଏସ୍ ୟୁଜର୍‌ସ ଆପଲ ଆପ ଷ୍ଟୋରରୁ ହ୍ୱାଟ୍ସଆପକୁ ଅପଡେଟ୍ କରିପାରିବେ ।

ହ୍ୱାଟ୍ସଆପର ଯେଉଁ ଚାଟକୁ ରିପ୍ଲାଏ କରିବାକୁ ଚାହୁଁଛନ୍ତି ହ୍ୱାଟ୍ସଆପର ସେହି ଚାଟକୁ ଓପନ କରନ୍ତୁ ।

ଏହା ପରେ ସେହି ଚାଟକୁ ପ୍ରେଶ୍ ଏବଂ ହୋଲ୍ଡ କରନ୍ତୁ । ଏହା ପରେ ଏକ ପପ-ଅପ ମେସେଜ ଆସିବ ।

ଏହି ମେସେଜରେ ଅନେକ ପ୍ରକାର ଇମୋଜି ଆସିବ । ଏଥି ମଧ୍ୟରୁ ଯେଉଁ ଇମୋଜିକୁ ରିପ୍ଲାଏ କରିବାକୁ ଚାହୁଁଛନ୍ତି ତାକୁ ସିଲେକ୍ଟ କରନ୍ତୁ ।

ପପ୍-ଅପ ମେସେଜରେ ସମୁଦାୟ ୬ ଇମୋଜି ନଜର ଆସିବ ।

ଏଥିମଧ୍ୟରୁ କାହାକୁ ବି ସିଲେକ୍ଟ କରିବାକୁ ହେବ । ଏହାର ରିପ୍ଲାଏ ମେସେଜ ତଳେ ନଜର ଆସିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.