ଚୋରା ସ୍କୁଟି ଅଧା ବାଟରେ ଦେଲା ଧୋକା, ସଜାଡୁ ଥିବା ବେଳେ ଚୋର ଧରାପଡ଼ି ଖାଇଲା ନିର୍ଦ୍ଧୁମ ଛେଚା

ବାଲେଶ୍ୱର(କେନ୍ୟୁଜ୍‌) : କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନୁହେଁ । କେବେ ନା କେବେ ଆଲୁଅ ଜଳିବ । ଆଉ ତା’ପରେ ଯାହା ହେବ କାହାକୁ ଅଜଣା ନୁହେଁ । ଏମିତି ଏକ ଚୋରି ଘଟଣାରେ ଧରା ପଡ଼ିବା ପରେ ଉତ୍ତମ ମଧ୍ୟମ ମିଳିଛି ଜଣେ ଯୁବକକୁ ।

ଏହି ଘଟଣା ବାଲେଶ୍ୱର ଖନ୍ତାପଡ଼ା ଥାନା ଶଠୀ ନିକଟରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆଜି ଜାତୀୟ ରାଜପଥ କଡ ସମାଜ ଅଫିସ ନିକଟରୁ ଏକ ସ୍କୁଟି ଚୋରି ହୋଇଥିଲା । ସ୍କୁଟି ଟିକୁ ଚୋର ନେବା ବେଳେ ଅଧା ବାଟରେ ସ୍କୁଟି ଟି ଖରାପ ହୋଇଯାଇଥିଲା ।

ଅନ୍ୟ ଉପାୟ ନ ପାଇ ଚୋର ସ୍କୁଟି କୁ ସଜାଡୁ ଥିଲା । ଏହି ସମୟରେ କିଛି ସ୍ଥାନୀୟ ଲୋକ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ହେଲେ ଫଳ ହେଲା ଓଲଟା । ଲୋକେ ଚୋରର ହାବ ଭାବ ଓ କଥା ବଦଳାଇବା ଦେଖି ସନ୍ଦେହ କରିଥିଲେ ।

ଫଳରେ ଚୋର ସ୍କୁଟି ଛାଡି ଦୈାଡ଼ିବାକୁ ଲାଗିଥିଲା । ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ ଚୋରଟିକୁ କାବୁ କରିଥିଲେ । ଚୋରକୁ ଲୋକେ ନିର୍ଦ୍ଧୁମ ପିଟିବା ପରେ ବାନ୍ଧି ପକାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.