Below header

ଅନୁଗୁଳ ଜିଲ୍ଲାରୁ  ୬ ଜଣ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

କେନ୍ୟୁଜ୍ (ବ୍ୟୁରୋ): ଅନୁଗୁଳ ଜିଲ୍ଲାରୁ  ୬ ଜଣ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ଏଥି ସହିତ ଝାରସୁଗୁଡ଼ା ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ କଣଲୋଇ ସଙ୍ଗରୋଧ କେନ୍ଦ୍ରରେ ୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବୟସ ୨୦ ବର୍ଷ, ୨୧ ବର୍ଷ, ୨୩ ବର୍ଷ, ୨୫ ବର୍ଷ ୩୬ ବର୍ଷ ଓ ୪୪ ବର୍ଷ ବୟସର ବୋଲି ଜଣା ପଡ଼ିଥିବା ବେଳେ ସେମାନେ ସମସ୍ତେ ଚଳିତ ମାସ ୭ ତାରିଖରୁ ତାମିଲନାଡ଼ୁରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ସେମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି  ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.