କିଟ୍‌ର ନୂଆ ଫର୍ମୁଲା : ବିନା ସିମେଣ୍ଟରେ ନିର୍ମାଣ ହେଲା ପକ୍କା ରାସ୍ତା, ଓଡ଼ିଶାରେ ପ୍ରଥମ

ନିଆଳି(କେନ୍ୟୁଜ୍‌) : ରାଜ୍ୟରେ ପ୍ରଥମ ଥର ପାଇଁ ନିର୍ମାଣ ହୋଇଛି ରାସ୍ତା ତାହା ପୁଣି ବିନା ସିମେଣ୍ଟରେ । ଓଡ଼ିଶାରେ ଏପରି ରାସ୍ତା ତିଆରି ହୋଇଛି କିଟ୍‌ ଦେଇଥିବା ଜ୍ଞାନ କୈାଶଳରେ । କଟକ ଜିଲ୍ଲା ସଦର ବ୍ଲକ ଆମଣ ପଞ୍ଚାୟତର ଆମଣପଡ଼ା ବ୍ରାହ୍ମଣଶାସନ ଗ୍ରାମରେ ପରୀକ୍ଷାମୂଳକ ଭାବେ ଏହି ରାସ୍ତା କାମ ହୋଇଛି ।

niali 3

ଏହି ରାସ୍ତା ପ୍ରଦୂଷଣ ମୁକ୍ତ, ସ୍ୱଳ୍ପ ସମୟ ଓ ଅଳ୍ପ ଖର୍ଚ୍ଚରେ ହେବା ସହ ଦୀର୍ଘ ସ୍ଥାୟୀ ହେବ ବୋଲି ଆଶା କରାଯାଉଛି । କ୍ଷାତି ସମ୍ପନ୍ନ କିଟ୍‌ ବୈଷୟିକ ଅନୁଷ୍ଠାନ ପକ୍ଷରୁ ନିର୍ଗତ ପାଉଁଶ, ସୋଡିୟମ୍‌ ହାଇଡ୍ରୋକ୍ଲୋରାଇଡ୍‌, ସୋଡିୟମ୍‌ ସିଲିକେଟ୍‌, ଚିପ୍ସ ଓ ବାଲିରେ ଏହି ରାସ୍ତା ନିର୍ମାଣ ହୋଇଛି ।

ଏହା ରାଜ୍ୟର ପ୍ରଥମ ଘଟଣା । କିଟ୍‌ ଅନୁଷ୍ଠାନର ଡଃ. ଅଶୋକ କୁମାର ରଥ ଓ ଇଂ ରାମ୍ୟ ରଂଜନ ପଣ୍ଡାଙ୍କ ସହ କଟକ ଓ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ସହାୟତା କରିଥିଲେ ।

niali2

ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ନୀଳମାଧବ ସାହୁ, ଇଂ ସନ୍ତୋଷ କୁମାର ମିଶ୍ର, ଅମରେନ୍ଦ୍ର ମହାପାତ୍ର, ପ୍ରହଲ୍ଲାଦ ବାରିକ,ପ୍ରସନ୍ନ କୁମାର ସାହୁ ଓ ପ୍ରଶାନ୍ତ କୁମାର ଶତପଥୀଙ୍କ ସମେତ ଠିକାଦାର ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.