Below header

ଦୁର୍ଘଟଣା ଧରାଇଦେଲା ଚୋର, ୪ ଗିରଫ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

ଗାଡ଼ି ଚୋରି କରି ପଳାଉଥିବା ବେଳେ ଦୁର୍ଘଟଣା ଯୋଗୁଁ ଧରା ପଡ଼ିଲେ ଚୋର। ୪ ଚୋରଙ୍କୁ ଗିରଫ କରିବା ସହ ଦୁଇ ପିକ୍ ଅପ ଗାଡ଼ି ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଛି କଣ୍ଟାବାଞ୍ଜି ଥାନା ପୋଲିସ।

ଗାଡ଼ି ଚୋରି କରି ପଳାଉଥିବା ବେଳେ ଦୁର୍ଘଟଣା ଯୋଗୁଁ ଧରା ପଡ଼ିଲେ ଚୋର। ୪ ଚୋରଙ୍କୁ ଗିରଫ କରିବା ସହ ଦୁଇ ପିକ୍ ଅପ ଗାଡ଼ି ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଛି କଣ୍ଟାବାଞ୍ଜି ଥାନା ପୋଲିସ। ଗତକାଲି କଣ୍ଟାବାଞ୍ଜିର ବ୍ୟବସାୟୀ ଅଶୋକ ଅଗ୍ରୱାଲଙ୍କ ଗୋଦାମରୁ ଦୁଇଟି ବୋଲେରୋ ପିକଅପ ଭ୍ୟାନ ସହ ଗୋଟିଏ ମୋଟର ସାଇକେଲ, ରୂପାର ହନୁମାନ ମୂର୍ତ୍ତି , ଏଲଇଡି ଟିଭି , ପ୍ରିଣ୍ଟର ଭଳି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା।

ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶ ଟିମର ନେତୃତ୍ବ ନେଇଥିଲେ କଣ୍ଟାବାଞ୍ଜି ଥାନା ପୋଲିସ ଅଧିକାରୀ। ଚୋରି କରିଥିବା ଗାଡିକୁ ନେଇ ଫେରାର ହେଉଥିବା ବେଳେ ବେଲପଡା ଥାନା ମଧ୍ୟପୁର ଗାଁରେ ଦୁର୍ଘଟଣାର ଶିକାର ହୋଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ୪ ଚୋରକୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ସବୁ ଉଦ୍ଧାର କରିବାରେ ସଫଳ ହୋଇଥିବା ଏସଡିପିଓ ଗୌରଙ୍ଗ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.