Below header

ଓଡ଼ିଶାରେ ଖୁବ କମ ଦିନ ଭିତରେ ଆରମ୍ଭ ହେବ ସ୍ବଦେଶ ପ୍ରସ୍ତୁତ କରୋନା ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ରାଜ୍ୟରେ ଖୁବଶୀଘ୍ର କୋଭିଡ-19 ଭ୍ୟାକସିନର ତୃତୀୟ ସ୍ତର ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି ।  ଏଥିନେଇ ସ୍ୱୀକୃତି ମିଳିଥିବା ଇନଷ୍ଟିଟ୍ୟୁଟ ଅଫ ମେଡିକାଲସ ସାଇନ୍ସ ଓ ସମ ହସ୍ପିଟାଲରେ ଏହି ପରୀକ୍ଷଣ କରାଯିବ ।  ଏହାସହ ଦେଶର ଅନ୍ୟ ୨୧ଟି ସଂସ୍ଥାନରେ ଏହି ପରୀକ୍ଷଣ କରାଯିବ ।  ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୨୫ ହଜାରରୁ ଅଧିକ ସ୍ବେଛାସେବୀ ସାମିଲ ହେବେ ।  ରାଜ୍ୟର ଏକ ମାତ୍ର ହସ୍ପିଟାଲ ଭାବରେ ସମ ହସ୍ପିଟାଲକୁ ହିଁ ଏହି ପରୀକ୍ଷଣ ନେଇ ଅନୁମତି ମିଳିଛି ।  ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ୍କର ବ୍ୟକ୍ତିଙ୍କୁ ହିଁ ଏହି ଟୀକା ଦିଆଯିବ ।  କହିରଖିବା ଉଚିତ ହେବକି, ସ୍ୱଦେଶରେ ପ୍ରସ୍ତୁତ ଏହି ଟୀକାକୁ

ଭାରତ ବାୟୋଟେକ ଓ ଇଣ୍ଡିୟାନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ମିଳିତ ଭାବରେ ପ୍ରସ୍ତୁତ କରିଛନ୍ତି ।  ଆହୁରି ମଧ୍ୟ ଏହାର ତୃତୀୟ ସ୍ତର ମାନବ ପରୀକ୍ଷଣ କରିବା ପାଇଁ ଡ଼ିସିଜିଆଇ ତରଫରୁ ଅନୁମତି ମିଳିସାରିଛି ।  ଏହା ପୂର୍ବରୁ ପ୍ରଥମ ଓ ଦ୍ଵିତୀୟ ସ୍ତର ଟୀକାର ମାନବ ଶରୀରରେ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି ।  ତୃତୀୟ ପରୀକ୍ଷଣ ଶେଷ ହେବା ପରେ ହିଁ ଏହି ଟୀକା ଏହା କରୋନା ଭାଇରସ ଉପରେ କେତେ ମାତ୍ରାରେ ପ୍ରଭାବ ପକାଉଛି ତାହା ସ୍ପଷ୍ଟ ହୋଇପାରିବ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.