ଲଞ୍ଚ ହେଲା Oneplus Nord N10 5G ଓ Oneplus Nord N100, ଜାଣନ୍ତୁ କଣ ରହିଛି ଦାମ୍‌ ଏବଂ ଖାସ ଫିଚର

Oneplus କମ୍ପାନୀ ନିଜର ଦୁଇଟି ନୂଆଫୋନ Oneplus Nord N10 5G ଏବଂ Oneplus Nord N100 ଲଞ୍ଚ କରି ଦେଇଛି। ଏହି ଦୁଇଟି ଫୋନ UK ଏବଂ ୟୁରୋପରେ ବିକ୍ରି ପାଇଁ ଉପଲବ୍ଧ ରହିବ। Oneplus Nord N10 5G ର ଦାମ୍‌ ପାଖାପାଖି ୩୧,୪୭୦ ଟଙ୍କା ଏବଂ Oneplus Nord N100 ର ଦାମ୍‌ ପାଖାପାଖି ୧୭,୨୩୦ ଟଙ୍କା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଏହି ଫୋନ୍‌ ଲଞ୍ଚିଙ୍ଗ ହେବାର କୌଣସି ସୂଚନା ମିଳିନାହିଁ କିନ୍ତୁ ଖୁବ ଶୀଘ୍ର କମ୍ପାନୀ ଏହାକୁ ଭାରତୀୟ ବଜାରରେ ଉପଲବ୍ଧ କରିବ ବୋଲି ଆଶା କରାଯାଉଛି।

Oneplus Nord N10 5G ର ସ୍ପେସିଫିକେସନ୍ସ:

ଏହି ସ୍ମାର୍ଟଫୋନରେ 90Hz ରିଫ୍ରେଟ ସହିତ 6.49 ଇଞ୍ଚର ଫୁଲ HD+ ଡିସପ୍ଲେ ଦିଆଯାଇଛି। ଏଥିରେ ଅକ୍ଟା-କୋର କ୍ୱାଲକମ୍‌ ସ୍ନାପଡ୍ରାଗନ 6905G ପ୍ରୋସେସର ରହିଛି। 66GB RAM+128GB ଭେରିଆଣ୍ଟ ଅଫର ସହିତ ଓ୍ଵାନପ୍ଲସ ଏହି ହ୍ୟାଣ୍ଡସେଟକୁ ଉପଲବ୍ଧ କରିଛି। ଫଟୋଗ୍ରାଫି ପାଇଁ ଏହାର ରିୟରରେ କ୍ୱାଡ କ୍ୟାମେରା ରହିଥିବା ବେଳେ ଏଥିରେ 64MP ର ପ୍ରାଇମେରି କ୍ୟାମେରା ରହିଛି।ଏହା ସହିତ13MP ର ଅଲଟ୍ରା-ଓ୍ଵାଇଡ ଆଙ୍ଗଲ କ୍ୟାମେରା ଏବଂ ଅନ୍ୟ ଦୁଇଟି 2MP ର କ୍ୟାମେରା ରହିଛି।ଏହି ସେଟଅପରେ ଗୋଟିଏ LED ଫ୍ଲାସର ସର୍ପୋଟ ରହିଛି ଏବଂ ସେଲ୍ଫି ପାଇଁ 16MP ର କ୍ୟାମେରା ମଧ୍ୟ ରହିଛି।

oneplus

ଏଥିରେ 4300mAh ର ବ୍ୟାଟେରି ରହିଥିବା ଯୋଗୁଁ 30W ଫାଷ୍ଟ ଚାର୍ଜର ସର୍ପୋଟ ମିଳୁଛି।ଏହା ସହିତ ଏହି ଡିଭାଇସରେ USB ଟାଇପ ସି ର ସର୍ପୋଟ ଏବଂ 3.5mm ହେଡଫୋନ ଜ୍ୟାକର ସର୍ପୋଟ ମଧ୍ୟ ଦିଆଯାଇଛି। ଏହା ଆଣ୍ଡ୍ରୋଏଡ 11 ବେଷ୍ଟ OxygenOS 10 ସାହାଯ୍ୟରେ ଚାଲିଥାଏ।

Oneplus Nord N100 ର ସ୍ପେସିଫିକେସନ:

oneplus3

ଏହି ସ୍ମାର୍ଟଫୋନରେ 4GB ରାମ୍‌ ଏବଂ 64GB ସ୍ଟୋରେଜ ସହିତ ସ୍ନାପଡ୍ରାଗନ 460 ପ୍ରୋସେସର ରହିଛି। ଏହା ସହିତ ଏଥିରେ 60Hz ରିଫ୍ରେଶ ରେଟ ସହିତ 6.52 ଇଞ୍ଚର HD+LCD ଡିସପ୍ଲେ ମଧ୍ୟ ରହିଛି। ଫଟୋଗ୍ରାଫି ପାଇଁ ଏହାର ରିଅରରେ ଟ୍ରିପଲ କ୍ୟାମେରା ସେଟଅପ ରହିଛି। ଏହି ଫୋନରେ 13MP ର ପ୍ରାଇମେରୀ କ୍ୟାମେରା,2MP ସେକେଣ୍ଡାରୀ କ୍ୟାମେରା ଏବଂ 2MP ର ଟର୍ଶରି କ୍ୟାମେରା ମଧ୍ୟ ଦିଆଯାଇଛି। ସେଲ୍ଫି ପାଇଁ ଏଥିରେ 13MP ର ଫ୍ରନ୍ଟ କ୍ୟାମେରା ଦିଆଯାଇଛି। ଏଥିରେ 5000mAh ର ବ୍ୟାଟେରି ରହିଛି ଯାହା 18W ର ଫାଷ୍ଟ ଚାର୍ଜିଙ୍ଗ ଦେଇଥାଏ ଏବଂ ଏଥିରେ ଟାଇପ ସିର ସର୍ପୋଟ ଦିଆଯାଇଛି। ଏହା ସହିତ3.5mm ହେଡଫୋନ ଜ୍ୟାକର ସର୍ପୋଟ ମଧ୍ୟ ଏଥିରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.