ଜୀବନ ନେଲା ବିଷାକ୍ତ ମଦ, ନାଲିପାଣି ପାଇଁ ପରିବାରକୁ ଭସାଇ ଦେଇ ଚାଲିଗଲେ ତିନି ଯୁବକ

ଅନୁଗୁଳ (କେନ୍ୟୁଜ) : ଜୀବନ ନେଉଛି ବିଷାକ୍ତ ମଦ। ଗତ ଦୁଇ ଦିନରେ ତିନି ଜଣଙ୍କ ଜୀବନ ନେଇଛି ମଦ। ନାଲିପାଣି ପାଇଁ ପରିବାରକୁ ଭସାଇ ଦେଇ ଚାଲିଗଲେ ତିନି ଯୁବକ। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ପଥରପଡା ଗାଁରେ ବିଷାକ୍ତ ମଦ ପିଇ ତିନିଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ ଦୁଇଜଣ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଯୁବକଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହି ମୃତ ଯୁବକମାନଙ୍କ ବୟସ ଯଥାକ୍ରମେ ୨୦, ୩୦ ଏବଂ ୩୨ ବର୍ଷ। ଏମାନେ ଏକ ଘର ଛାତ ପକାଇବା ପାଇଁ କାମରେ ନିୟୋଜିତ ହୋଇଥିଲେ। ସେଠାରୁ ଫେରିବା ପରେ ମହୁଲି ମଦ ପିଇଥିଲେ।

ତେବେ ସନ୍ଧ୍ୟାରେ କାଇରାଙ୍କର ଦେହ ଅସୁସ୍ଥ ହୋଇଥିଲା । ଆଉ କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ବିଳମ୍ବିତ ଅନ୍ୟ ଜଣେ ଯୁବକଙ୍କର ମଧ୍ୟ ସମାନ ଢଙ୍ଗରେ ମୃତ୍ୟୁ ହେଲା । ଏହାପରେ ଆଉଜଣେ ଯୁବକଙ୍କ ଦେହ ଖରାପ ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଗଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଗଲା ।

ତେବେ ଅନ୍ୟ ଜଣେ ଯୁବକ ବାସୁଦେବ ପଧାନଙ୍କ ଅବସ୍ଥା ମଧ୍ୟ ମଦ୍ୟପାନ ପରେ ଗୁରୁତର ରହିଛି । ତାଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛାତ କାମ ସାରି ଏକାଠି ଏହି ଯୁବକମାନେ ଗାଁରେ ମହୁଲୀ ମଦ ପିଇଥିଲେ । ତେଣୁ ବିଷାକ୍ତ ମଦ କ୍ରିୟାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.