Below header

ଅନ୍ଧାରରେ ଏବେ ଦୁଇ ଶିଶୁଙ୍କ ଭବିଷ୍ୟତ, ବାପା ମାନସିକ ଭାରସାମ୍ୟ ହରାଇଥିବା ବେଳେ ମା’ ଫେରାର

ଯାଜପୁର ଟାଉନ: ଅନ୍ଧାରରେ ଏବେ ଦୁଇ ଶିଶୁଙ୍କ ଭବିଷ୍ୟତ । ଆର୍ଥିକ ଅଭାବ ଓ ପାରିବାରିକ ଅଶାନ୍ତି କାରଣରୁ ବାପା ମାନସିକ ଭାରସାମ୍ୟ ହରାଇଥିବା ବେଳେ ମା ଘର ଛାଡି ଫେରାର । ଏଭଳି ସ୍ଥଳେ ବୁଢୀ ଜେଜେମା କୋଳ ସେମାନଙ୍କ ପାଇଁ ଆଶ୍ରା ପାଲଟିଛି । ଦେଖିବା ଯାଜପୁର ଜିଲ୍ଲା ଖଣ୍ଡରା ଗେଡି ସାହିର ଦିନବନ୍ଧୁ ପାତ୍ରଙ୍କ ଦୁର୍ଦ୍ଦଶାର କାହାଣୀ ।

ଦୁର୍ଦ୍ଦିନରେ ଯାଜପୁର ଜିଲ୍ଲା ଖଣ୍ଡରା ଗେଡି ସାହିର ଦିନବନ୍ଧୁ ପାତ୍ରଙ୍କ ପରିବାର । ଦାରିଦ୍ର୍ୟ ଓ ଅଭାବ ଅନଟନ ସତେ ଯେମିତି ଏମାନଙ୍କୁ ଅନ୍ଧାର ଆଡକୁ ବାଟ କଢାଇ ନେଉଛି । ଦିନବନ୍ଧୁ ମାନସିକ ଭାରସାମ୍ୟ ହରାଇବା ପରେ ସ୍ତ୍ରୀ କେଉଁଆଡେ ଚାଲି ଯାଇଛନ୍ତି । ଏବେ ପରିବାର କହିଲେ ଦୁଇ ପୁଅ ଓ ବୁଢୀ ମାଆ । ଦୁଇ କୋମଳମତି ଶିଶୁଙ୍କ ପାଇଁ ସାହା ପାଲଟିଛି ଜେଜେମାର କୋଳ । ଏତେ ପ୍ରାଣୀଙ୍କ ପାଇଁ ଦିନକୁ ଦି ଓଳି ଖାଇବା ଯୋଗାଡ କରିବା ଏମାନଙ୍କ ପାଇଁ କଷ୍ଟକର ହୋଇ ପଡିଛି । ଏଭଳି ସ୍ଥିତି ରେ ଏମାନଙ୍କ ପାଠପଢା ଓ ଭବିଷ୍ୟତ କଥା କିଏ ପଚାରେ ।

ଜେଜେମାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ମିଳୁଛି କେବଳ ୫ଶହ ଟଙ୍କା । ସେଥିରେ ୪ପ୍ରାଣୀ ଚଳିବା କଷ୍ଟ । ଏମିତି ଅନେକ ଦିନ ଅଛି, ଯେଉଁଦିନ ସମସ୍ତଙ୍କୁ ଓପାସ ରହିବାକୁ ପଡୁଛି । ତେବେ ଏ ସମ୍ପର୍କରେ ଆମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲୁ । ତଦନ୍ତ କରି ଉଭୟ ଶିଶୁଙ୍କୁ ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.