ପ୍ରେମିକଙ୍କ ଫଟୋକୁ ବିବାହ କରିବାକୁ ଜିଦ୍‌ ଧରିଛନ୍ତି ମହିଳା, ଏସ୍‌ଡିଏମ୍‌ଙ୍କୁ କଲେ ଗୁହାରି, ସାମ୍ନାକୁ ଆସିଲା ଏହି ଅଜବ ମାମଲା

ଉତ୍ତର ପ୍ରଦେଶର ଅଲିଗଡ଼ରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବିଧବା ମହିଳା ନିଜ ପ୍ରେମିକଙ୍କ ଫଟୋକୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମହିଳାଙ୍କ କହିବା ହେଲା, ସେ ନିଜ ପ୍ରେମିକଙ୍କ ସହ ମିଶି କିଛି ଶପଥ ନେଇଥିଲେ। ତେଣୁ ତାଙ୍କ ଫଟୋକୁ ସେ ବିବାହ କରିବାକୁ ଚାହୁଁଛନ୍ତି। ଘଟଣାଟି ଅଲିଗଡ଼ର ବ୍ରାହ୍ମଣପୁରୀର ବୋଲି ଜଣାପଡ଼ିଛି। କହି ରଖୁଛୁ, ମହିଳାଙ୍କ ପ୍ରେମିକଙ୍କର ଦୁଇବର୍ଷ ତଳୁ ମୃତ୍ୟୁ ଘଟିସାରିଛି।

ଏହାସହ ପଢ଼ନ୍ତୁ: ଚିକିତ୍ସା ବଦଳରେ ଡାକ୍ତର ନେଉଥିଲେ ମାତ୍ର ୩୦ ଟଙ୍କା, ପୁଣି ମାଗଣାରେ ଦେଉଥିଲେ ଏହି ଗମ୍ଭୀର ରୋଗ

love44

ଅନ୍ୟପଟେ ଏହି ବିବାହକୁ କିଛି ଲୋକ ବିରୋଧ କରୁଛନ୍ତି। ସ୍ଥାନୀୟ ମନ୍ଦିର କମିଟି ଏବଂ ମହିଳାଙ୍କ ସମ୍ପର୍କୀୟ ଏହି ବିବାହ ପାଇଁ ରାଜି ନାହାନ୍ତି। ମହିଳା କହିଛନ୍ତି, ମନ୍ଦିର କମିଟି ଲୋକ ମୋ ବିବାହକୁ ବିରୋଧ କରୁଛନ୍ତି। ଏହାକୁ ନେଇ ସେ ଏସ୍‌ଡିଏମ୍‌ଙ୍କୁ ପତ୍ର ଲେଖି ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ୮ ନଭେମ୍ବରରେ ମହିଳା ଜଣକ ବଡ଼ ମହାଦେବଙ୍କ ମନ୍ଦିରରେ ପ୍ରେମିକଙ୍କ ଫଟୋ ସହ ସାତ୍‌ ଫେରେ ନେବେ ବୋଲି କହିଛନ୍ତି।

video11

ଏହାସହ ପଢ଼ନ୍ତୁ: କାର୍‌ ପଛ ସିଟ୍‌ରେ ବସି ଦମ୍ପତି କରୁଥିଲେ ଏଭଳି କାମ, ରାସ୍ତାରେ ଯାଉଥିବା ବ୍ୟକ୍ତି ବନାଇଦେଲେ ଭିଡିଓ, ପୁଣି ହେଲା ଏମିତି କିଛି 

ମହିଳାଙ୍କ କହିବା ହେଲା, କମିଟି ଲୋକ ମନ୍ଦିରରେ ବିବାହ କରିବାକୁ ଦେଉନାହାନ୍ତି। ସେମାନେ ବିଘ୍ନ ଘଟାଇବାକୁ ପ୍ରୟାସ କରୁଛନ୍ତି। ତାଙ୍କ ଘରଲୋକ କ’ଣ ଭାବୁଛନ୍ତି, ଲୋକେ କ’ଣ ଭାବୁଛନ୍ତି, ତାଙ୍କୁ ଏ ନେଇ କୌଣସି ପ୍ରକାର ଚିନ୍ତା ନାହିଁ। କିନ୍ତୁ ସେ ନିଜ ଜିଦ୍‌ରେ ଅଟଳ ଅଛନ୍ତି।
ମହିଳାଙ୍କ ସ୍ୱାମୀଙ୍କର ମଧ୍ୟ ୩ ବର୍ଷ ତଳୁ ମୃତ୍ୟୁ ହୋଇଯାଇଛି। ତାଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି। ମହିଳା ଜଣକ ତାଙ୍କର କିଛି ସମ୍ପର୍କୀୟଙ୍କୁ ବାହାଘର କାର୍ଡ ପଠାଇଛନ୍ତି। ବିବାହ ସମୟରେ ତାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ସେ ଏସ୍‌ଡିଏମ୍‌ଙ୍କଠାରେ ଗୁହାରି କରିଛନ୍ତି। ଏହି ମାମଲାରେ ଏସ୍‌ଡିଏମ୍‌ ସ୍ଥାନୀୟ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.