Below header

ବୋଲବମ୍‌ ଭକ୍ତଙ୍କ ଉପରେ ଲାଗିଲା କଟକଣା, ଜଳଲାଗି ପାଇଁ ଚଳିତ ବର୍ଷ ମଧ୍ୟ କାଉଡିଆଙ୍କୁ ମିଳିବନି ଅନୁମତି

ଭୁବନେଶ୍ବର(କେନ୍ଯୁଜ୍): ଚଳିତ ବର୍ଷ ମଧ୍ୟ ବୋଲବମ୍‌ ଭକ୍ତଙ୍କ ଉପରେ ଲାଗିଲା କଟକଣା। ସାଧାରଣ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର କଟକଣା ଲାଗୁ କରିଛନ୍ତି। ଶ୍ରାବଣ ମାସରେ କାଉଡିଆ ବିଭିନ୍ନ ଧାର୍ମିକ ସ୍ଥଳ ସହ ଜଳାଶୟରୁ ପାଣି ନେଇ ଶିବମନ୍ଦିର ଯାଇ ଜଳଲାଗି କରନ୍ତି। ଗତ ବର୍ଷ କୋଭିଡ୍‌ ପାଇଁ କଟକଣା ଲାଗିଥିଲା।

ଚଳିତ ବର୍ଷ ମଧ୍ୟ ସେହି କଟକଣା ଲଗାଇଛନ୍ତି ସରକାର। ସର୍ବସାଧାରଣ ରାସ୍ତାରେ ଚାଲିଚାଲି ଯାଇ ମନ୍ଦିର ଯିବା ପାଇଁ କାଉଡିଆଙ୍କୁ ଅନୁମତି ମିଳିବ ନାହିଁ। କଡାକଡି ଭାବେ କଟକଣା ଲାଗୁ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.