Below header

ଆଜି ନୂଆବର୍ଷ ୨୦୨୪ର ପ୍ରଥମ ଦିନ: ଚଳଚଞ୍ଚଳ ଶ୍ରୀକ୍ଷେତ୍ର , ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି

ଆଜି ନୂଆବର୍ଷ ୨୦୨୪ ର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇପଡିଛି। ହଜାର ହଜାର ଶ୍ରଦ୍ଧାଳୁ ନୂତନ ଶୀତ ତାପ ସେଡ୍ ରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଗତକାଲି ରାତି ୯.୩୫ ରେ ମହାପ୍ରଭୁଙ୍କ ପହୁଡ ହୋଇଥିବା ବେଳେ ରାତି ୧୨.୪୨ ରେ ଶ୍ରୀମନ୍ଦିର ସିଂହଦ୍ୱାର ଫିଟିବା ପରେ୧୨.୫୫ ରେ ଭକ୍ତମାନେ ଶ୍ରୀମନ୍ଦିର ପ୍ରବେଶ କରିଥିଲେ।

ପୁରୀ(କେନ୍ୟୁଜ୍): ଆଜି ନୂଆବର୍ଷ ୨୦୨୪ ର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇପଡିଛି। ହଜାର ହଜାର ଶ୍ରଦ୍ଧାଳୁ ନୂତନ ଶୀତ ତାପ ସେଡ୍ ରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଗତକାଲି ରାତି ୯.୩୫ ରେ ମହାପ୍ରଭୁଙ୍କ ପହୁଡ ହୋଇଥିବା ବେଳେ ରାତି ୧୨.୪୨ ରେ ଶ୍ରୀମନ୍ଦିର ସିଂହଦ୍ୱାର ଫିଟିବା ପରେ୧୨.୫୫ ରେ ଭକ୍ତମାନେ ଶ୍ରୀମନ୍ଦିର ପ୍ରବେଶ କରିଥିଲେ। ତେବେ ଶ୍ରୀମନ୍ଦିର ସିଂହଦ୍ଵାର ଫିଟିବା ପରେ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ ଆଇଜି, ଡିଆଜି ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ତମାମ୍ ବ୍ୟବସ୍ଥାବଳୀକୁ ଅନୁଧ୍ୟାନ କରିଥିଲେ।

ନୂତନ ବ୍ୟାରିକେଡ୍ ରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିବା ବେଳେ ଆଜିଠାରୁ ଶାଳୀନତା ପୋଷାକ ପରିଧାନ, ପାନ ଗୁଟଖା ଉପରେ କଟକଣା ସହ ଶ୍ରୀମନ୍ଦିର ଭିତରକୁ ପ୍ଲାଷ୍ଟିକ ପଲିଥିନ ବ୍ୟାନ୍ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେପଟେ ଭକ୍ତମାନେ ଶାଳୀନତା ପୋଷାକ ନପିନ୍ଧି ଆସିଲେ ସେମାନଙ୍କୁ ଦରକାର ପଡିଲେ ଜଗା ଦର୍ଶନ ବାରଣ କରାଯିବ ବୋଲି ମଧ୍ୟ ମୁଖ୍ୟ ପ୍ରଶାସକ କହିଛନ୍ତି।

ଅନ୍ୟପଟେ ରାଜ୍ୟ ମୁଖ୍ୟ ଶାସନ ସଚିବ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ନୂଆବର୍ଷରେ ଓଡିଶାର ବିକାଶ ଓ ପ୍ରଗତି ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାଥନା କରିବା ସହ କିଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡିଶାକୁ ନଆସିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି। ଏଥିସହ ନୂଆବର୍ଷରେ ଭକ୍ତମାନେ ନୂଆ ଅନୁଭୂତି ପାଇଛନ୍ତି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି। କନ୍ଧମାଳ ଏମପି ଡଃ ଅଚ୍ୟୁତ ସାମନ୍ତ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ଓଡିଶା ବାସୀଙ୍କୁ ନବବଷର୍ଷ ପାଇଁ ଶୁଭକାମନା ଜଣାଇଛନ୍ତି।

ଲିଙ୍ଗରାଜ ମନ୍ଦିରରେ ନୂଆ ନିୟମ: 

ଏପଟେ ନୂଆବର୍ଷରୁ ଲିଙ୍ଗରାଜ ମନ୍ଦିରରେ ନୂଆ ନିୟମ । ଏଣିକି ଓମଫେଡ୍ ଘିଅରେ ପ୍ରଭୁ ଲିଙ୍ଗରାଜଙ୍କ କୋଠଭୋଗ ହେବ । କେବଳ ଏତିକି ନୁହେଁ, ପାନ, ଗୁଟଖା ସେବନକାରୀ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ । ସବୁଠାରୁ ବଡ କଥା କି ପଲିଥିନ୍ ଓ ପ୍ଲାଷ୍ଟିକ୍ ଭିତରକୁ ନେଇ ପାରିବେ ନାହିଁ ଶ୍ରଦ୍ଧାଳୁ । ନୂଆ ବର୍ଷର ପ୍ରଥମ ଦିନରୁ ଏହି ନିୟମ କଡାକଡି ହେବ । ଏଥିପାଇଁ ଟ୍ରଷ୍ଟ ବୋର୍ଡର ବୈଠକରେ ଅନୁମତି ପରେ ସେବାୟତ ମୁଖ୍ୟଙ୍କୁ ଚିଠି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.