ଜାଣନ୍ତୁ କେଉଁ କାରଣରୁ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଥଣ୍ଡା ଅନୁଭବ କରନ୍ତି

ଅଫିସରେ କିମ୍ବା ଘରେ ତାପମାତ୍ରାକୁ ନେଇ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଅନେକ ଥର ଯୁକ୍ତିତର୍କ ହୋଇଯାଏ । କିନ୍ତୁ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି ଯେ ମହିଳାମାନେ ପୁରୁଷଙ୍କ ଅପେକ୍ଷା କାହିଁକି ଅଧିକ ଥଣ୍ଡା ଅନୁଭବ କରନ୍ତି ?

ଶୀତଦିନ ଆସିବା ମାତ୍ରେ ଆମକୁ ଅଧିକ ଥଣ୍ଡା ଲାଗିବା ଆରମ୍ଭ ହୋଇଯାଏ । ସେଥିପାଇଁ ଆମକୁ ଶୀତ ଦିନ ସକାଳୁ ଉଠିବା ପାଇଁ ମଧ୍ୟ ବହୁତ ଅସୁବିଧା ହୋଇଥାଏ । ଏପରି ମଧ୍ୟ ଏହି ଦିନମାନଙ୍କରେ ଆମକୁ କମ୍ବଳ ଭିତରୁ ବାହାରିବା ପାଇଁ ମନ ହୋଇନଥାଏ । ତେବେ ସୂଚନା ମୁତାବକ, କୁହାଯାଏ ଯେ ପୁଅମାନଙ୍କ ତୁଳନାରେ ଝିଅମାନଙ୍କୁ ଅଧିକ ଥଣ୍ଡା ଲାଗିଥାଏ । ଏପରି ପରିସ୍ଥିତିରେ ଅଫିସରେ କିମ୍ବା ଘରେ ତାପମାତ୍ରାକୁ ନେଇ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଅନେକ ଥର ଯୁକ୍ତିତର୍କ ହୋଇଯାଏ । କିନ୍ତୁ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି ଯେ ମହିଳାମାନେ ପୁରୁଷଙ୍କ ଅପେକ୍ଷା କାହିଁକି ଅଧିକ ଥଣ୍ଡା ଅନୁଭବ କରନ୍ତି ? ଏହା ପଛରେ କାରଣ କ’ଣ ରହିଛି । ତାହେଲେ ଆସନ୍ତୁ ଆମେ ଆଜି ଏପରି ହେବାର କାରଣ ଜଣାଇବୁ ।

ପ୍ରୋଜେଷ୍ଟେରନ୍ ହରମୋନ୍ :
ଆମ ଶରୀରରେ ପ୍ରୋଜେଷ୍ଟେରନ୍ ନାମକ ଏକ ହରମୋନ୍ ରହିଛି, ତେବେ ଏହି ହରମୋନ୍‌ ଯୋଗୁ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଥଣ୍ଡା ଅନୁଭବ କରିପାରନ୍ତି । ଏପରି ମଧ୍ୟ ମହିଳାମାନଙ୍କ ଶରୀରରେ ଅଧିକ ପ୍ରୋଜେଷ୍ଟେରନ୍ ହରମୋନ୍ ଦେଖିବା ପାଇଁ ମିଳିଥାଏ । ଯାହା ଚର୍ମର ରକ୍ତବାହୀକୁ ସଙ୍କୁଚିତ କରିଥାଏ । ଶରୀରରେ କିଛି ଅଙ୍ଗରେ ଠିକ୍‌ ଭାବେ ରକ୍ତ ପ୍ରବାହ ହୋଇପାରିନଥାଏ, ସେଥିପାଇଁ ମହିଳାମାନଙ୍କୁ ଅଧିକ ଥଣ୍ଡା ଲାଗିଥାଏ । ପ୍ରୋଜେଷ୍ଟେରନ୍ ହେଉଛି ଏପରି ଏକ ହରମୋନ୍ ଯାହା ମହିଳାମାନଙ୍କୁ ପିରିୟ୍‌ଡ଼ସ ଏବଂ ଗର୍ଭଧାରଣକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ, ଏହି ଯୋଗୁ ଆମ ଶରୀରରେ କମ୍ ଉତ୍ତାପ ସୃଷ୍ଟି ହୋଇଥାଏ ।

କମ୍ ମାଂସପେଶୀ  :
କମ୍ ମାଂସପେଶୀ ଜନିତ କାରଣରୁ, ଝିଅ କିମ୍ବା ମହିଳାମାନେ ପୁରୁଷ କିମ୍ବା ପୁଅ ଅପେକ୍ଷା କମ୍ ଉତ୍ତାପ ଉତ୍ପାଦନ କରଥାନ୍ତି । ଏହି କାରଣରୁ ସେମାନେ ଅଧିକ ଥଣ୍ଡା ଅନୁଭବ କରିଥାନ୍ତି । ମହିଳାମାନଙ୍କ ଶରୀରରେ ପୁରୁଷଙ୍କ ତୁଳନାରେ ୬ ରୁ ୧୧ ପ୍ରତିଶତ ଅଧିକ ଚର୍ବି ଥାଏ, ଯାହା ଆଭ୍ୟନ୍ତରୀଣ ଅଙ୍ଗକୁ ଗରମ କରିଥାଏ ।

କମ୍ ମେଟାବୋଲିକ୍ ହାର :
ପୁରୁଷ କିମ୍ବା ପୁଅଙ୍କ ତୁଳନାରେ ଝିଅ କିମ୍ବା ମହିଳାଙ୍କର ମେଟାବୋଲିକ୍ ହାର କମ୍ ରହିଥାଏ । ଏହି କାରଣରୁ ସେମାନେ ଅଧିକ ଥଣ୍ଡା ଅନୁଭବ କରିଥାନ୍ତି । ତେବେ କମ୍‌ ମେଟାବୋଲିଜିମର ଅର୍ଥ ହେଉଛି ମହିଳାମାନେ ପୁରୁଷଙ୍କ ତୁଳନାରେ କମ୍ ଉତ୍ତାପ ଉତ୍ପାଦନ କରିପାରିଥାନ୍ତି । ଏହି କାରଣରୁ ସେମାନଙ୍କୁ ଅଧିକ ଥଣ୍ଡା ଅନୁଭବ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.