Below header

ନୂଆବର୍ଷ ଆରମ୍ଭରୁ ଦୁର୍ଘଟଣା : କାର୍‌- ଟ୍ରକ ମୁହାଁମୁହିଁ ଧକ୍କା, ୩ ଆହତ

ନୂଆବର୍ଷ ଆରମ୍ଭରୁ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ବାରିଗାଁ ନିକଟରେ କାର୍‌ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୩ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

କେନ୍ଦୁଝର (କେନ୍ୟୁଜ): ନୂଆବର୍ଷ ଆରମ୍ଭରୁ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ବାରିଗାଁ ନିକଟରେ କାର୍‌ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୩ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ନୂଆବର୍ଷ ପାଇଁ କଟକ ଜିଲ୍ଲା ବାଙ୍କୀ ଜଗନ୍ନାଥପୁର ଅଞ୍ଚଳର ଗୋଟିଏ ପରିବାର ୫ ଜଣ ଲୋକେ ଘଟଗାଁ ମା ତାରିଣୀ ଦର୍ଶନ ପାଇଁ ଯାଇଥିଲେ । ସେଠାରୁ ଫେରିବା ବେଳେ କାର୍‌ ସହିତ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଗାଡିରେ ଥିବା କିଛି ଲୋକେ ଆହତ ହୋଇଥିଲେ । ଏହାପରେ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.