ସମ୍ବଲପୁରରୁ ଜଣେ ନାବାଳିକାଙ୍କୁ ଅପରହଣ କରି ଟଙ୍କା ମାଗିବା ଘଟଣା, ୩ ଅଭିଯୁକ୍ତ ଗିରଫ

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁର ରେଙ୍ଗାଲି ଥାନା ଅଂଚଳରୁ ଜଣେ ନାବାଳିକାଙ୍କୁ ଅପରହଣ କରି ଟଙ୍କା ମାଗିବା ଅଭିଯୋଗରେ ୩ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଭରତ ନାଏକ, ସାରଙ୍ଗ ନାଏକ, ରାଜେନ୍ଦ୍ର ଧୁରୁଆ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ୨ଟି ଟିିମ ଗଠନ କରିଥିଲା ।

କୁଚିଣ୍ଡା ସ୍ଥିତ ପୂର୍ଣ୍ଣାପାନି ଜଙ୍ଗଲରୁ ମୋବାଇଲ ଟ୍ରାକିଂ ସାହାଯ୍ୟରେ ଧରିଛି ପୋଲିସ। ଅଭିଯୁକ୍ତମାନେ ଗତ ୪ ତାରିଖ ସନ୍ଧ୍ୟାରେ ନାବାଳିକାକୁ ଅପହରଣ କରି ଜଙ୍ଗଲରେ ଲୁଚାଇଥିଲେ । ୧୫ ତାରିଖରେ ଫୋନ କରି ନାବାଳିକାର ଭାଇକୁ ୪ଲକ୍ଷ ଟଙ୍କା ଦାବି କରିଥିଲେ । ଜଙ୍ଗଲରେ ଦାର୍ଘ ୧୫ ଦିନ ରହିବା ପରେ ନାବାଳିକାକୁ ଉଦ୍ଧାର କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.