Below header

ଆଶ୍ଚର୍ଯ୍ୟ ହେଉଛନ୍ତି କି ? ଓଡିଶାରେ ସେଓ ଚାଷ କରି ସଫଳ ହେଲେ ତିନି ଭାଇ

ସେଓ ଆମ ଦେଶର କେବଳ ଜମ୍ମୁ କଶ୍ମରୀ ଏବଂ ଉତ୍ତରାଖଣ୍ଡ ରାଜ୍ଯର ଜଳବାୟୁରେ ହୋଇଥାଏ। ଏହି କାରଣରୁ ସେଓ ଅନ୍ଯ ସବୁ ରାଜ୍ଯରେ ଉଚ୍ଚା ଦରରେ ବିକ୍ରୀ ହୋଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ଏବେ ଓଡିଶାରେ ସଫଳ ହୋଇଛି ସେଓ ଚାଷ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ଜମନକିରା ବ୍ଲକ ଗମ୍ଭରାମୁଣ୍ଡା ଗ୍ରାମର ତିନି ଭାଇ ନିଜ ଘର ପଛ ପଟେ ସେଓ ଚାଷ କରିବାରେ ସଫଳ ହୋଇଛନ୍ତି।

apple chasaଗଛରେ ଫଳିଛି ତାଜା ସେଓ। ଆଉ କିଛି ଦିନ ପରେ ଏହା ପୁରାପୁରି ପରିପକ୍ବ ହୋଇଯିବ। ଏହା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକର ଗମ୍ଭରାମୁଣ୍ଡା ଗାଁର ଦୃଶ୍ୟ । ଏହି ଗାଁର ତିନି ଭାଇ ନିଜ ବାଡି ପଛ ପଟେ ସେଓ ଫଳେଇବାରେ ସଫଳ ହୋଇଛନ୍ତି। ଏହି ଗାଁର ଉମାକାନ୍ତ କଉଡି ଏବଂ ତାଙ୍କ ଦୁଇ ଭାଇ ମିଶି ୫୦ଟି ସେଓ ଗଛର ବଗିଚା କରିଛନ୍ତି।

ମୁଖ୍ଯତଃ ସମ୍ବଲପୁର ଜିଲ୍ଲାରେ ସେଓ ଫଳର ଦାମ ବେଶି ହୋଇଥିବାରୁ ସେମାନେ ସେଓ ବଗିଚା କରିବା ପାଇଁ ମନସ୍ଥ କରିଥିଲେ। ଏହାପରେ ତିନି ଭାଇ ଚାଷ କରିବା ପ୍ରକ୍ରିୟା ଅନଲାଇନରେ ଦେଖି ଉନ୍ନତ କିସମର ଫଳର ଚାରା ମଗାଇ ନିଜ ବାଡି ପଛ ପଟେ ଲଗାଇଥିଲେ। ବର୍ତ୍ତମାନ ସେଓ ଚାଷ କରି ଫଳ ଫଲେଇବାରେ ଖୁସି ହୋଇଛନ୍ତି ତିନି ଭାଇ। ଏନେଇ ସେମାନେ ଆଗାମୀ ଦିନରେ ୫୦୦ ସେଓ ଗଛ ଲଗାଇବା ପାଇଁ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.