ଜେମ୍ସ ଆଣ୍ଡରସନ ବ୍ୟାଟ୍ସମ୍ୟାନକୁ କଲେ ଆଉଟ କିନ୍ତୁ କରୋନା ଯୋଗୁଁ ଏମିତି କଲେ ସେଲିବ୍ରେସନ: ଦେଖନ୍ତୁ ଭାଇରଲ ଭିଡିଓ

ଇଂଲଣ୍ଡ କ୍ରିକେଟ ବୋର୍ଡ (ECB ) ପୁଣି ଥରେ କ୍ରିକେଟ ଆରମ୍ଭ କରିବାକୁ ଯୋଜନା କରୁଛି। କରୋନା ମହାମାରୀ ଯୋଗୁଁ ଅର୍ନ୍ତଜାତୀୟ ମ୍ୟାଚ ସ୍ଥଗିତ କରିଦିଆଯାଇଛି। ଏହାମଧ୍ୟରେ ଇଂଲଣ୍ଡ ଏବଂ େଓ୍ଵଷ୍ଟଣ୍ଡିଜ ଟେଷ୍ଟ ମ୍ୟାଚ ହେବାକୁ ଯାଉଛି। ଯେଉଁଥିପାଇଁ ଇଂଲଣ୍ଡ କ୍ରିକେଟ ଟିମ୍‌ ଯୋଜନା ଆରମ୍ଭ କରିଦେଇଛି। ଟିମ୍‌ ବଟଲର ବନାମ ଟିମ୍‌ ଷ୍ଟ୍ରୋକସ୍‌ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ଏହି ଅଭ୍ୟାସ ମ୍ୟାଚର ଏଭ ଭିଡିଓ ଖୁବ ଭାଇରଲ ହେଉଛି।

ଏହି ଭାଇରଲ ଭିଡିଓରେ ଜେମ୍ସ ଆଣ୍ଡରସନ ବୋଲିଂ କରୁଥିବା ବେଳେ ବ୍ୟାଟିଂ କରୁଛନ୍ତି ଡେନଲୀ। ଆଣ୍ଡରସନ ଏବ ସ୍ୱିଂଗ ବଲ ପକାଇ ଡେନଲୀକୁ ଏଲବିଡବ୍ୟୁ କରି ଆୁଟ କରୁଛନ୍ତି। ଯାହାକୁ ନେଇ ସେ ଅତି ଖୁସି ହେଉଛନ୍ତି। କିନ୍ତୁ ଏହି ଖୁସି ମନାଇବା ସମୟରେ ସାମାଜିକ ଦୂରତାକୁ ବଜାୟ ରଖିଛନ୍ତି। ସେମାନେ ଏହି ଆଉଟ କରିବା ପରେ ପରସ୍ପରକୁ କୋଳାଗ୍ରତ ନ କରି କହୁଣୀ କହୁଣୀ ଛୁଇଁ ସେଲିବ୍ରେସନ କରୁଛନ୍ତି।

ସେୟାର ହୋଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୭୭ ହଜାରରୁ ଅଧିକ ଭ୍ୟୁ ହୋଇସାରିଲାଣି। ହଜାରରୁ ଉର୍ଦ୍ଧ୍ୱ ଲାଇକ ଏବଂ ୧୪୦ ଥର ରି ଟ୍ଵିଟ୍‌ ହୋଇସାରିଲାଣି । ସୂଚନାଯୋଗ୍ୟ, ଇଂଲଣ୍ଡ ଏବଂ େଓ୍ଵଷ୍ଟଣ୍ଡିଜ ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ ଖେଳାଯିବାର ରହିଛି। ପ୍ରଥମ ମ୍ୟାଚ ଜୁଲାଇ ୮, ଦ୍ୱିତୀୟ ଜୁଲାଇ ୧୬, ତୃତୀୟ ଜୁଲାଇ ୨୪ରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.