ଫୁଲବାଣୀ : ଟେଲିଫୋନ୍ ଟାଓ୍ଵାରରେ ଚଢ଼ିଗଲେ ମହିଳା, ଉପରେ ବସିଲେ ଆଉ ଓହ୍ଲାଇଲେ ନାହିଁ

ଫୁଲବାଣୀ (କେ ନ୍ୟୁଜ୍‌) : କୌଣସି ସିନେମା କି ନାଟକର ଦୃଶ୍ୟ ନୁହେଁ । ଆଜି ମଧ୍ୟାହ୍ନରେ ଫୁଲବାଣୀ ସହର ଆମଲାପଡ଼ା ଠାରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ । ଜଣେ ମଧ୍ୟବୟସ୍କ ମହିଳା ଏଠାରେ ଥିବା ଏକ ଟେଲିଫୋନ୍ ଟାଓ୍ଵାର ଉପରକୁ ଚଢ଼ିଗଲେ । ଆଉ ଓହ୍ଲାଇଲେ ନାହିଁ । କିଛି ସମୟ ପୂର୍ବରୁ ଏହି ଘଟଣା ଘଟିଲା ଏବଂ ଲୋକ ସେଠାରେ ଜମା ହୋଇଗଲେ । କାଳେ ଆତ୍ମହତ୍ୟା କରିବାକୁ ମହିଳା ଜଣକ ଏଭଳି କରିଥିବେ ସେ ସନ୍ଦେହ ବି ହେଲା ।

women-1

ଲୋକେ ଯେତେ ଡାକିଲେ ବି ସେ ଶୁଣିଲେ ନାହିଁ କି ତଳକୁ ଓହ୍ଲାଇଲେ ନାହିଁ । କେମିତି ମହିଳା ଜଣକୁ ଉଦ୍ଧାର କରାଯିବ ବୋଲି ଚର୍ଚ୍ଚା ଚାଲିଲା । କାହା ମୁଣ୍ଡକୁ କିଛି ବି ବୁଦ୍ଧି ଯୁଟିଲା ନାହିଁ । ଶେଷରେ ଅଗ୍ନିଶମ ବିଭଗକୁ ଖବର ଦିଆଗଲା । ଏହାର କର୍ମଚାରୀ ଆସି ଟାଓ୍ଵାର ଉପରେ ଅତି ସତର୍କତାର ସହ ଚଢ଼ି ମହିଳା ଜଣଙ୍କୁ କିଛି ସମୟ ପୂର୍ବରୁ ଉଦ୍ଧାର କରିଛନ୍ତି ।

ତେବେ ମହିଳା ଜଣକର ମସ୍ତିଷ୍କ ବିକୃତି ରହିଛି ଏବଂ ଅଜାଣରେ ସେ ଏହି ଟେଲିଫୋନ୍ ଟାଓ୍ଵାର ଉପରେ ଚଢ଼ି ଯାଇଥିଲେ ବୋଲି ଲୋକେ କହୁଛନ୍ତି । ଅବଶ୍ୟ ମହିଳା ଜଣକୁ ଟାଓ୍ଵାର ଉପରୁ ତଳକୁ ଆଣିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ବେଶ୍ ପରିଶ୍ରମ କରିବାପୁ ପଡ଼ିଥିଲା । କାରଣ ଡର ଥିଲା କାଳେ ତାକୁ ଉଦ୍ଧାର କରିବାକୁ ଯିବା ବେଳେ ସେ ଡେଇଁ ପଡ଼ିବ । ଅବଶ୍ୟ ଏଭଳି କିଛି ଘଟିନଥିଲା ଓ ମହିଳାଜଣକ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.