Below header

ତିନି ପିଲା ଚୋରଙ୍କୁ କାବୁ କରି ନିସ୍ତୁକ ମାଡ ମାରିବା ପରେ ପୋଲିସରେ ଜିମା ଦେଲେ ଗ୍ରାମବାସୀ

ଜଳେଶ୍ବର(କେନ୍ଯୁଜ୍): ୩ ଜଣ ପିଲା ଚୋରଙ୍କୁ କାବୁ କରି ବାନ୍ଧିବା ସହିତ ନିସ୍ତୁକ ମାଡ ମାରି ପୋଲିସରେ ଜିମା ଦେଲେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଛଡା ଗ୍ରାମରେ। ସୂଚନା ଅନୁଯାୟୀ ଗତ ୧୩ ଦିନ ପୂର୍ବରୁ ସିଂଲା ଥାନା ଅନ୍ତର୍ଗତ ଚକଅର୍ଜୁନି ଗ୍ରାମର ଝୁନି ମାରେଣ୍ତି ଙ୍କ ୫ମାସର ଶିଶୁ ପୁତ୍ରକୁ ଘରେ ଖଟରେ ଶୋଇଥିବା ବେଳେ ଦୁର୍ବୁତ୍ତ ମାନେ ଚୋରି କରି ନେଇ ଯାଇଥିଲେ । ବହୁ ଖୋଜାଖୋଜି ପରେ ଶିଶୁପୁତ୍ର ନମିଳିବାରୁ ଝୁନୁ ସିଂଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଚଳେଇଥିଲା।

ତେବେ ଆଜି ଛଡା ଗ୍ରାମରେ ଶିଶୁପୁତ୍ରଟି ଥିବା ଜାଣିପାରି ଗ୍ରାମବାସୀ ମାନେ ଶିଶୁପୁତ୍ରକୁ ଉଦ୍ଧାର କରି ୩ଜଣ ପିଲା ଚୋରଙ୍କୁ କାବୁ କରି, ହାତଗୋଡ ବାନ୍ଧି ଦେବା ସହ ମାଡ ମାରିଥିଲେ । ସେମାନେ ପିଲା ଚୋରି କରିଥିବା ନେଇ ସ୍ବିକାର କରିଥିଲେ। ଖବର ପାଇ ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ଜଣଙ୍କୁ ଆଣି ଥାନାରେ ଅଟକ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.