Below header

ବିଶ୍ୱ ଉଲ୍‌କାପିଣ୍ଡ ଦିବସ: ୧୧୩ ବର୍ଷ ପୂର୍ବେ ଘଟିଥିବା ଘଟଣାରେ ଥରି ଉଠିଥିଲା ପୃଥିବୀ, ଆଜି ବି ଚର୍ଚ୍ଚାରେ ଅଛି ‘ତୁଙ୍ଗୁସ୍କା ଇଭେଣ୍ଟ’, ଜାଣନ୍ତୁ କ’ଣ ଏହା

ଆଜି ହେଉଛି ‘ଓ୍ଵାର୍ଲ୍ଡ ଏଷ୍ଟେରୟଡ୍‌ ଡେ’ ବା ‘ବିଶ୍ୱ ଉଲ୍‌କାପିଣ୍ଡ ଦିବସ’। ପ୍ରତିବର୍ଷ ୩୦ ଜୁନ୍‌ରେ ସାରା ବିଶ୍ୱରେ ପାଳିତ ହୋଇଥାଏ ଏହି ଦିବସ। ୧୯୦୮ ମସିହା ଠିକ୍‌ ଆଜିର ହିଁ ଦିନରେ ରୁଷର ତୁଙ୍ଗୁସ୍କାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ଏହାକୁ ମହାକାଶ ଦୁନିଆରେ ‘ତୁଙ୍ଗୁସ୍କା ଇଭେଣ୍ଟ’ ନାମରେ ଜଣାଯାଇଥାଏ ଏବଂ ବିଶ୍ୱରେ ଉଲ୍‌କାପିଣ୍ଡ ଦିବସ ରୂପେ ପାଳନ କରାଯାଇଥାଏ।

୧୯୦୮, ଜୁନ୍‌ ୩୦ରେ ଏକ ବିଶାଳ ଉଲ୍‌କାପିଣ୍ଡ ପୃଥିବୀ ସହ ଧକ୍କା ହୋଇଥିଲା। ଏଥିଯୋଗୁ ଭୂପୃଷ୍ଠରେ ୮ କିଲୋମିଟର ବ୍ୟାପି ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିଲା। ସେବେଠାରୁ ଏହି ଦିନ ବିଶ୍ୱ ଏଷ୍ଟେରୟଡ୍‌ ଡେ’ ରୂପେ ପାଳନ ହେବାକୁ ଲାଗିଲା। ଏହି ଦିନ ଲୋକେ ପୃଥିବୀରେ ସୂର୍ଯ୍ୟ ଭଳି ବହୁତ ଉଜ୍ଜ୍ୱଳ ଆଲୋକ ଦେଖିବାକୁ ପାଇଥିଲେ। ୧୦ ମିନିଟ୍‌ ଭିତରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଭାଯାଇଥିଲା। ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ, ଏହି ବିସ୍ଫୋରଣ ଏତେ ଜୋର୍‌ଦାର ଥିଲା କି, ଭୂମି କୌଣସି ଭୂକମ୍ପ ଭଳି ଥରି ଉଠିଥିଲା। ଶହ ଶହ କିଲୋମିଟର ଦୂର ପର୍ଯ୍ୟନ୍ତ ଲୋକଙ୍କ ଘରର କବାଟଗୁଡ଼ିକ ଭାଙ୍ଗି ଯାଇଥିଲା। ଅଢ଼େଇ ହଜାର କିଲୋମିଟର ପରିଧି ମଧ୍ୟରେ ୮ କୋଟି ଗଛ ମୂଳରୁ ଉପୁଡ଼ି ପଡ଼ିଥିଲା।

tunguska2
photo: Daily Mail

ସ୍ଥାନୀୟ ସମୟ ହିସାବରେ ସକାଳ ପାଖାପାଖି ୭ଟା ୧୭ ମିନିଟ୍‌ରେ ରୁଷବାସୀ ଆକାଶରେ ଏକ ଉଜ୍ଜ୍ୱଳମୟ ଆଲୋକ ଦେଖିବାକୁ ପାଇଥିଲେ। ପୁଣି କିଛି ସମୟ ପରେ ଏକ ବଡ଼ ଅଗ୍ନି ପିଣ୍ଡୁଳା ପୃଥିବୀ ଆଡ଼କୁ ମାଡ଼ି ଆସୁଥିବାର ନଜର ଆସିଥିଲା। ବିସ୍ଫୋରଣ ସ୍ଥଳ ଆଖପାଖରେ ଉପସ୍ଥିତ ଲୋକଙ୍କ କହିବା ଥିଲା କି, ଧ୍ୱନିର ସ୍ରୋତ ପୂର୍ବରୁ ଉତ୍ତର ଦିଗ ଆଡ଼କୁ ଚାଲିଯାଇଥିଲା। ଏହି କମ୍ପନ ଜର୍ମାନୀ, ଡେନ୍‌ମାର୍କ, କ୍ରୋଏସିଆ ଏବଂ ଇଂଲଣ୍ଡର ଲୋକଙ୍କୁ ବି ଅନୁଭବ ହୋଇଥିଲା।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫ ପଏଣ୍ଟ ମପା ଯାଇଥିଲା, ଯାହାକି ପ୍ରଭାବଶାଳୀ ଭୂକମ୍ପି ବରାବର ହୋଇଥାଏ। ଏହି ବିସ୍ଫୋରଣଠାରୁ ଆଗାମୀ କିଛି ଦିନ ଯାଏ ଏସିଆ ଏବଂ ୟୁରୋପରେ ରାତିର ଆକାଶ ଅସାମାନ୍ୟ ହୋଇଯାଇଥିଲା। ଏହା ଏମିତି ଏକ ଘଟଣା ଥିଲା, ଯାହାକୁ ୧୧୩ ବର୍ଷ ପରେ ମଧ୍ୟ ସବୁଠାରୁ ପ୍ରଭାବଶାଳୀ ପ୍ରାକୃତିକ ଏବଂ ମହାଜାଗତିକ ଘଟଣା ରୂପେ ଜଣାଯାଇଥାଏ। କହି ରଖୁଛୁ, ଯେଉଁ ଜାଗାରେ ତୁଙ୍ଗୁସ୍କା ବିସ୍ଫୋରଣ ହୋଇଥିଲା, ସେହି ଜାଗା ଆଜି ପର୍ଯ୍ୟନ୍ତ ଅନୁର୍ବର ରହିଛି। ୧୧୩ ବର୍ଷ ପରେ ବି ସେଠାରେ ଗୋଟିଏ ବି ଗଛ ଉଠିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.