ସୁସ୍ଥ ତ୍ୱଚା ସହ ପାଦକୁ ସୁନ୍ଦର କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ

ସୁସ୍ଥ ଏବଂ ସୁନ୍ଦର ରହିବା ସମସ୍ତଙ୍କ ପସନ୍ଦ । ଘରେ ଯେତିକି ଧ୍ୟାନ ଦିଆଯାଏ ବାହାରକୁ ବାହାରିଲେ ମଧ୍ୟ ସେତିକି ପ୍ରସ୍ତୁତ ହୋଇ ଯିବାକୁ ପଡେ । ତେବେ ଆମେ ଯେବେ ଅନ୍ୟ ବୟସ୍କ ବ୍ୟକ୍ତିଙ୍କ ସହ ସାକ୍ଷାତ କରିଥାଉ, ତେବେ ପ୍ରଥମେ ଆମେ ସମ୍ମାନ ଦୃଷ୍ଟିରୁ ତାଙ୍କ ପାଦ ଛୁଇଁଥାଉ । ସଫା ଏବଂ ସୁନ୍ଦର ପାଦ ଦେଖିବା ଦ୍ୱାରା ମନରେ କନଫିଣ୍ଡେସ ଲେଭଲ ବଢ଼ିଥାଏ ।

ଶରୀରରେ ଅନ୍ୟ ଅଙ୍ଗ ଭଳି ପାଦ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ । କିନ୍ତୁ ଅନେକ ଏହା ପ୍ରତି ଯତ୍ନ ଦେବାକୁ ଭୁଲି ଯାଆନ୍ତି । ବର୍ଷା ସମୟରେ ଏହା ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ । ଆଜି ଆମେ ଆପଣଙ୍କୁ ନିଜ ପାଦର ଯତ୍ନ କିପରି ନେଇ ପାରିବେ ଏହାର ଖୁବ ସରଳ ଉପାୟ କହିବୁ । ଯାହାକୁ ମାନିଲେ ଆପଣଙ୍କ ପାଦ ସୁନ୍ଦର ଦେଖାଯିବା ସହ ତ୍ୱଚା ସୁସ୍ଥ ମଧ୍ୟ ରହିବ ।

– ପାଦକୁ ସର୍ବଦା ଧୋଇକି ସଫା ରଖନ୍ତୁ । ଚଲାବୁଲାରେ ଏହା ପ୍ରତିଦିନ ଅନେକ ଧୂଳି ସଂସ୍ପର୍ଶରେ ଆସିଥାଏ । ଏଥିପାଇଁ ସ୍କ୍ରବ କରନ୍ତୁ । ସ୍କ୍ରବ ଦ୍ୱାରା ପାଦରେ ଥିବା ଡେଡ ସ୍କିନ ବାହାରିଯାଏ । ଏହା କରିବା ପରେ ପାଦକୁ ଭଲ ଭାବେ ଧୋଇ ଦିଅନ୍ତୁ ।

23534
pc: boldsky.com

– ରାତିରେ ଶୋଇବା ସମୟରେ ପାଦରେ ମୈଶ୍ଚରାଇଜର ଲାଗାଇବା ପାଇଁ ଭୁଲନ୍ତୁ ନାହିଁ । ଏହା ସ୍କିନକୁ କୋମଳ ବା ନରମ ରଖିବାରେ ସାହାଯ୍ୟ କରିବ । ତେଣୁ ଫୁଟ କ୍ରିମ ବ୍ୟବହାର ପାଇଁ ଭୁଲନ୍ତୁ ନାହିଁ ।

– ନଖକୁ ସର୍ବଦା ସଫା ରଖନ୍ତୁ । ଏହାକୁ ପ୍ରତିଦିନ କରିବା ସମ୍ଭବ ହୋଇନଥାଏ । ତେଣୁ ଯେତେବେଳେ ସମୟ ପାଉଛନ୍ତି ଏହାଳ ପ୍ରତି ଧ୍ୟାନ ଦିଅନ୍ତୁ ।

– ପାଦକୁ କମ୍ପଫର୍ଟ ଦିଅନ୍ତୁ । ହାଇ ହିଲ ସର୍ବଦା ପିନ୍ଧନ୍ତୁ ନାହିଁ । ଏହାସହ ଫ୍ଲାଟ ଚପଲ ପିନ୍ଧିବା ପାଇଁ ଅଭ୍ୟାସ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.