ମାହାଙ୍ଗା ବିରୁପା-ଗେଙ୍ଗୁଟି ଦ୍ୱିପାଞ୍ଚଳରେ ହେଟା ବାଘ ଆତଙ୍କ, କାବୁ କରିବାରେ ବନବିଭାଗ ବିଫଳ

ମାହାଙ୍ଗା (କେନ୍ଯୁଜ୍): ହେଟା ବାଘ ଆତଙ୍କ । ବାଘକୁ କାବୁ କରିବାରେ ବନବିଭାଗ ବିଫଳ ହେଉଥିବା ଅଭିଯୋଗ ହୋଇଛି । କଟକ ଜିଲ୍ଲା ମାହାଙ୍ଗା ଥାନା ବିରୁପା-ଗେଙ୍ଗୁଟି ଦ୍ୱିପାଞ୍ଚଳରେ ଗତ କିଛି ଦିନ ହେବ ଏହି ହେଟା ବାଘ ଆତଙ୍କ ସୃଷ୍ଟି କରିଛି ।

କୁହୁଣ୍ଡା, ମୂଳବସନ୍ତ, ମଧୁପୁର, ବାସୁଦେବପୁର, ଶ୍ରୀକୃଷ୍ଣପୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏହି ହେଟାକୁ ଦେଖାଯାଇଛି । ଘରୁ ଲୋକେ ପଦାକୁ ବାହାରିବାକୁ ଭୟ କରୁଛନ୍ତି । ବନବିଭାଗ କର୍ମଚାରୀଙ୍କ ବହୁ ଖୋଜାଖୋଜି ପରେ ମଧ୍ୟ ହେଟାର ପତାମିଳୁନି । ସତର୍କ ରହିବା ପାଇଁ ବନବିଭାଗ ଲୋକଙ୍କୁ ସଚେତନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.